ଜାତୀୟ କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ ପାଳନ।

0
310

ବୁଗୁଡା : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକରେ ଜାତୀୟ କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ ବୁଗୁଡା ସ୍ଥିତ କଂଗ୍ରେସ କାର୍ଯ୍ଯାଳୟ ରେ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ସଭାପତି ଶଙ୍କର ବେହେରା ଙ୍କ ସଭାପତିତ୍ୱରେ ଡିସେମ୍ବର ୨୮ ତାରିଖ ଦିନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କଂଗ୍ରେସ ଦଳର ପ୍ରତିଷ୍ଠା ମହାତ୍ମାଗାନ୍ଧୀ,ଇନ୍ଦିରା ଗାନ୍ଧୀ,ଲାଲ୍ ବାହାଦୂର ଶାସ୍ତ୍ରୀ ଜୀ ଓ ରାଜୀବ ଗାନ୍ଧୀ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦଳ ପ୍ରତି ସେମାନଙ୍କ ଅବଦାନ ଓ ଗୁଣଗାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ସେବାଦଳ ସଭାପତି ଜାନକୀବଲ୍ଲଭ ରାଉତ, ନଗର ସଭାପତି ଦୁର୍ଗମାଧବ ପଣ୍ଡା, ଆଦିବାସୀ ଓ ହରିଜନ ସେଲ୍ ସଭାପତି ଗନ୍ଧମାର୍ଦ୍ଦନ ସେଠୀ, ଆଇନଜୀବୀ ସୁଜିତ କୁମାର ସ୍ବାଇଁ ଓ ପ୍ରକାଶ ଚନ୍ଦ୍ର ଭୂୟାଁ ଉପସ୍ଥିତ ରହି ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here