କେରଳରେ ମୃତ ଦାଦନ ଶ୍ରମିକଙ୍କ ମର ଶରୀର ପୈତୃକ ଗ୍ରାମରେ ପହଞ୍ଚାଇଲା ସ୍ପ୍ରେଡ ହେପିନେସ ଫାଉଣ୍ଡେସନ

0
368

ଭଞ୍ଜନଗର : ସଂପ୍ରତି ଦାଦନ ସମସ୍ୟା ଏକ ମୁଖ୍ୟ ସମସ୍ୟା ା ନିଜ ପରିବାର ଓ ପେଟ ପୋଷିବା ପାଇଁ ନିଜ ଭିଟା ମାଟି ଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ପ୍ରବାସୀ ମାନେ କେତେବେଳେ ନିର୍ଯାତନାର ଶିକାର ହେଉଛନ୍ତି ତ କେତେବେଳେ ଦୁର୍ଘଟଣା ରେ ସେମନଙ୍କ ଜୀବନ ଚାଲ ଯାଉଛି । ଏପରି ଏକ ଅଭାବନୀୟ ଘଟଣା ଘଟିଥିଲା ଗତ ଫେବ୍ରୁଆରୀ ୨୦ ତାରିଖରେ ା ସୋରଡା ବ୍ଲକ ବଡ଼ବଦାଙ୍ଗି ଗ୍ରାମର କାଳୁ ନାୟକ ସୁଦୂର କେରଳ ର ଏନରକୁଲମ ରେ ଏକ ସଡ଼କ ଦୁର୍ଘଟଣା ରେ ଜୀବନ ହରାଇ ଥିବା ବେଳେ ଆଜି ପୁଣିଥରେ ଏମିତି ଏକ ଦୁଃଖଦ ସମ୍ବାଦ ସାମ୍ନା କୁ ଆସିଛି।
ପୁଣି ଏ ସପ୍ତାହ ରେ ସେଇ ସୋରଡା ବ୍ଲକ ର ଆସୁରବନ୍ଧ ପଂଚାୟତର ଗାନ୍ଧୀ ପାତ୍ର ନାମକ ଜଣେ ୨୩ ବର୍ଷୀୟ ଯୁବକ କେରଳ ରେ ଦୁର୍ଘଟଣାରେ ରେ ନିଜ ଜୀବନ ହରାଇ ମା ର କୋଳକୁ ଖାଲି କରିଦେଇ ଆରପାରିକୁ ଚାଲିଯାଇଛନ୍ତି । ଓଡିଶା ସରକାର ଓ ଗଂଜାମ ଜିଲ୍ଲା ପ୍ରଶାସନ ସହାୟତା ରେ ଗାନ୍ଧୀ ଙ୍କ ମରଶରୀର କୁ କେରଳ ରୁ ଭୁବନେଶ୍ୱର ଆକାଶ ମାର୍ଗରେ ଅଣାଯିବା ପରେ ଭୁବନେଶ୍ବର ରୁ ନିଜ ଗ୍ରାମ ଗାଜଲବାଡି କୁ Spread Happiness Foundation ସ୍ବେଚ୍ଛାସେବୀ ଅନୁଷ୍ଠାନର ସହାୟତା ରେ ସଡ଼କ ମାର୍ଗରେ ଆମ୍ବୁଲାନ୍ସ ଯୋଗେ ଆଣାଯାଇ ଗତକାଲି ରାତ୍ରୀ ରେ ଗାନ୍ଧୀଙ୍କ ର ନିଜସ୍ଵ ଗ୍ରାମରେ ପରିବାରବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି ା ଏହି ସମୟରେ ସ୍ପ୍ରେଡ ହେପିନେସ ଫାଉଣ୍ଡେସନର ସଭାପତି ସୌମ୍ୟ ରଞ୍ଜନ ମହାପାତ୍ର ଙ୍କ ସମେତ ବହୁ ସଦସ୍ୟ ଏବଂ ସୋରଡ଼ାର ଯୁବ ସ୍ବେଛସେବୀ ଜାନକୀବଲ୍ଲଭ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ବନା ପ୍ରଦାନ କରିଥିଲେ ା ଏହି ଭଳି ଦୁଃଖଦ ପରିସ୍ଥିତିରେ ମୃତକଙ୍କ ମର ଶରୀରକୁ ସସମ୍ମାନେ ନିଜ ପୈତୃକ ଗ୍ରାମରେ ପହଞ୍ଚାଇଥିବା ଓଡିଶା ସରକାର ଏବଂ କେରଳ ସରକାର ଙ୍କ ଉଦ୍ୟମ ଏବଂ ସ୍ପ୍ରେଡ ହେପିନେସ ଫାଉଣ୍ଡେସନର ସହଯୋଗ କୁ ସର୍ବସାଧାରଣ ପ୍ରଶଂସା କରଯାଇଛି ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here