ବନ ବିଭାଗ ପକ୍ଷରୁ ୨୬ ତମ ଜୋନ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

0
358

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ଗ୍ରାଉଣ୍ଡ ରେ ଆଜି ବନ ବିଭାଗ ପକ୍ଷରୁ ୨୬ତମ ଭୁବନେଶ୍ୱର ଓ ବ୍ରହ୍ମପୁର ଜୋନ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଆର ସି ସି ଏଫ ପ୍ରଶାନ୍ତ କୁମାର ମିଶ୍ର,ବ୍ରହ୍ମପୁର ଡ଼ି ଏଫ ଓ ଅମ୍ଳାନ ନାୟକ, ଘୁମସୁର ଦକ୍ଷିଣ ଜୋନ ର ଡ଼ିଏଫଓ ଦିଲୀପ କୁମାର ରାଉତ, ବାଲିଗୁଡ଼ା ଡ଼ିଏଫଓ ବିଶ୍ୱରାଜ ପଣ୍ଡା, ଘୁମୁସର ଉତ୍ତର ଜୋନ ର ଡ଼ିଏଫଓ ଅଭୟ କୁମାର ଦଳାଇ ,ଭୁବନେଶ୍ୱର ସିଟି ଡିଭିଜନର ଡ଼ିଏଫଓ ଯଶବନ୍ତ ବେରିହା, ଓଏଫଏସଡ଼ିପି ଭୁବନେଶ୍ୱର ଡେପୁଟି ପି ଡ଼ି ସୁଦର୍ଶନ ବେହେରା ,ଫୁଲବାଣୀ ଡ଼ିଏଫଓ ଲକ୍ଷ୍ମୀ ନାରାୟଣ ବେହେରା ,ଆର୍ ସି ସି ଏଫ ଭୁବନେଶ୍ୱର ଡ଼ି ସି ଏ ଫ ଗିରିଶ ଚନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।ଏଥିରେ ଉଭୟ ଡିଭିଜନର ୨୮ଟା ରେଞ୍ଜର କର୍ମଚାରୀ ଅଂଶଗ୍ରହଣ କରିଛନ୍ତି । ୨୭ ଟି ଖେଳକୁଦ ର ପ୍ରତିଯୋଗିତାରେ ହେବ ବୋଲି ସୂଚନା ମିଳିଛି।ଏଥିରେ ପୁରୁଷ ବର୍ଗରେ ୧୭୦ ଓ ମହିିଳା ବର୍ଗରେ ୪୦ ଜଣ ଅଂଶ ଗ୍ରହଣ କରିଥିବା ଜଣାପଡିଛି। କୃୃତି ପ୍ରତିଯୋଗୀତାଙ୍କୁ ମେଡାଲ ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏହି zonal ସ୍ପୋର୍ଟସ meet 29th ପର୍ଯ୍ୟନ୍ତ ଚାଲିବ।

LEAVE A REPLY

Please enter your comment!
Please enter your name here