ଏମିତି କିଛି ଲକ୍ଷ୍ୟ ରଖି ଟି-ଟ୍ୱେଣ୍ଟି କ୍ରିକେଟକୁ ଅଲବିଦା କହିଲେ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ୍

0
692

ଟି-ଟ୍ୱେଣ୍ଟି କ୍ରିକେଟକୁ ଅଲବିଦା କହିଲେ ଭାରତୀୟ ମହିଳା କ୍ରିକେଟ ଟିମ୍ ର ମିତାଲି ରାଜ୍। ଏନେଇ ସେ ଆଜି ଘୋଷଣା କରିଛନ୍ତି। ତେବେ ସେ ଦିନିକିଆ ଓ ଟେଷ୍ଟ ଖେଳିବେ। ୩୬ ବର୍ଷୀୟ ମିତାଲି ଚଳିତବର୍ଷ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷରେ ଶେଷ ଟି-ଟ୍ୱେଣ୍ଟି ଖେଳିଥିଲେ। ମିତାଲି ୩୨ଟି ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଅଧିନାୟିକା ଦାୟିତ୍ୱ ତୁଲାଇଛନ୍ତି। ୨୦୧୨, ୨୦୧୪ ଓ ୨୦୧୬ ମହିଳା ବିଶ୍ୱକପ୍ରେ ଟିମ୍ ଇଣ୍ଡିଆର ଅଧିନାୟିକା ଥିଲେ ମିତାଲି। ସେ କହିଛନ୍ତି, ୨୦୨୧ ବିଶ୍ୱକପ୍ ପାଇଁ ଏବେ ନିଜକୁ ପ୍ରସ୍ତୁତ କରିବେ। ଏଥିପାଇଁ ଟି-ଟ୍ୱେଣ୍ଟିରୁ ଅବସର ଘୋଷଣା କରିଛନ୍ତି। ଦେଶ ପାଇଁ ବିଶ୍ୱକପ୍ ଜିତିବା ମୋର ସ୍ୱପ୍ନ ରହିଛି ଓ ସେଥିରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ନେଇ ଆଶାବାଦୀ ଥିବା କହିଛନ୍ତି ମିତାଲି ରାଜ। ଏପର୍ଯ୍ୟନ୍ତ ୮୯ଟି ଟି-ଟ୍ୱେଣ୍ଟି ଖେଳିଥିବା ମିତାଲି ୨ ହଜାର ୩୬୪ ରନ୍ କରିଛନ୍ତି।

LEAVE A REPLY

Please enter your comment!
Please enter your name here