ମଦ ଦୋକାନ ସ୍ଥାନାନ୍ତରିତ ଦାବିରେ ପୁଣି ମହିଳାଙ୍କ ଧାରଣା

0
781

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଜନ ଗହଳିପୁର୍ଣ ବେଗୁନିଆପଡା ବସଷ୍ଟାଣ୍ଡ ନିକଟ ପରିବାର ରହୁଥିବା ଘର ପାର୍ଶ୍ଵ ରେ ଥିବା ମଦ ଦୋକାନ କୁ ବହୁ ବାଦ ବିବାଦ ରାସ୍ତାରୋକ ଧର୍ମଘଟ ଓ ଆନ୍ଦୋଳନ ପରେ ବନ୍ଦ ହୋଇଥିବା ବେଳେ ଏହା ପୁଣି ଖୋଲିବା ଦ୍ଵାରା ତୁରନ୍ତ ମଦ ଦୋକାନକୁ ସ୍ଥାନାନ୍ତରିତ ଦ୲ବିରେ ଶୁକ୍ରବାର ଦିନ ୧୧ ଘଣ୍ଟ ସମୟ ରେଠିପି ଖୋଲା ମଦ ଦୋକାନ ଆଗରେ ଶତାଧିକ ମହିଳା ଓ ପୁରୁଷ ଧାରଣl ଦେଇଥିଲେ l ପ୍ରାପ୍ତ ସୂଚନା ଅନୁଯାୟୀ ଏହି ମଦ ଦୋକାନ ପଡୋଶୀରେ ରବିନ୍ଦ୍ର ନାଥ ଦାସଙ୍କ ପରିବାର ବାସ କରନ୍ତି l ମଦ ଦୋ କାନବୋଲି ଜାଣି ନ ପାରି ମଦ୍ୟପମାନେ ବେଳେ ବେଳେ ରବିନ୍ଦ୍ରଙ୍କ ଘରେ ଯାଇ ମଦ ମାଗନ୍ତି l ବଜାର ମଧ୍ୟରେ ଥିବାରୁ ସାଧାରଣ ରେ ମଧ୍ଯ ଅସୁବିଧା ହଉଥିବାରୁ ଏହାର ପ୍ରତିବାଦରେ ୨୪/୧୨ /୨୦୧୮ ରେ ରାସ୍ତାରୋକ କରିଥିଲେ l ଏହାକୁ ଉପଲବ୍ଧ କରି ପ୍ରଶାସନିକ ଉଦ୍ୟମ ଫଳ ରେ ଦୋକାନ ଦୋକାନ ବନ୍ଦ ରହିଥିଲା l
ସେତେବେଳେ ତହସିଲଦାରଙ୍କ ପତ୍ର ସଂଖ୍ୟା ୧୯୫୦ /୨୬ /୦୫ /୨୦୧୯ କୁ ଅନୁଧ୍ୟାନ କରି ଗଞ୍ଜାମ ଜିଲ୍ଲାପାଳଙ୍କ ଚିଠି ନଂ ୭୭୦ /୨୬ /୦୩ /୨୦୧୯ ରେ ଉକ୍ତ ଦୋକାନ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଏହା ସତ୍ଵେ ପ୍ରଶାସନ ର କଥା କୁ ଗୁରୁତ୍ଵ ନ ଦେଇ ବାରମ୍ବାର ଦୋକାନ ଖୋଲୂଥିଲେ ଏବଂ ଅଭିଯୋଗ ପରେ ବନ୍ଦ କରିଦେଉଥିଲେ ୲ କିନ୍ତୁ କିଛି ଦିନ ହେଵ ଲାଇସେନ୍ସ ନବୀକରଣ ଦ୍ଵାହି ଦେଇ ଦୋକାନ ଖୋଲିବାରୁ ୨୬ /୦୮ /୨୦୧୯ ରେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ ଦେବା ସହିତ ତହସିଲଦାର ଓ ଥାନା ଅଧିକାରୀଙ୍କୁ ଜଣାଇଥିଲେ ୲ ଯଦି ଉକ୍ତ ଦୋକାନ ୭ଦିନ ମଧ୍ୟରେ ବନ୍ଦ କିମ୍ବା ସ୍ଥାନାନ୍ତରିତ କରା ନ ଯାଏ ତେବେ ପୁଣି ଆନ୍ଦୋଳନ କରିବା ପାଇଁ ବାଧ୍ଯ ହେବୁବୋଲି ସେଥିରେ ଉଲ୍ଲେଖ କରିଥିଲେ ୲ କିନ୍ତୁ କୌଣଷି କାର୍ଯାନୁଷ୍ଠାନ ଗ୍ରହଣ ନ କରିବାରୁ ବାଧ୍ଯ ହୋଇ ଗ୍ରାମବାସୀ ବେଗୁନିଆପଡା ବ୍ରହ୍ମପୁର ମୁକ୍ଷ୍ଯ ରାସ୍ତା ଅବରୋଧ କରିଥିଲେ ୲ ରାସ୍ତା ର ଉଭୟ ପାର୍ଶ୍ଵ ରେ ଗାଡି ବସ ଜମା ହେବା ପରେ ଖବର ପାଇ କୋଦଳା ଥାନା ଅଧିକାରୀ ଦିଲ୍ଲୀପ କୁମାର ଦାଶ , ତହସିଲଦାର ପ୍ରଭାତ କୁମାର ପରିଡ଼ା , ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସମେତ ଉଭୟ ଥାନା ଓ ଫାଣ୍ଡି କର୍ମଚାରୀ ପହଞ୍ଚି ଦୋକାନ ମାଲିକ ସାଙ୍ଗରେ ଆଲୋଚନା କରି ଧର୍ମଘଟ କାରୀଙ୍କୁ ବୁଝା ସୁଝା କରିବା ସହିତ ୧ ମାସ ମଧ୍ୟରେ ସେଠାରୁ ମଦ ଦୋକାନ ଉଛେଦ ହେଵ ବୋଲି ତହସିଲଦାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ଯାହ୍ରୂତ ହୋଇଥିଲା ୲ତାଗିଦ ସତ୍ଵେ ବାରମ୍ବାର କାହିଁକି ଏମିତି ଦୋକାନ ଖୋଲା ଜାଉଛି ପଚାରିବାରେ ତହସିଲଦାର କହିଥିଲେ ଯେ ଲୋକଙ୍କ ଆବଶ୍ୟକତା ଅନୁଯାଇ ଦୋକାନ ବନ୍ଦ କରିବାକୁ କୁହାଯାଇଥିଲା କିନ୍ତୁ ବର୍ତ୍ତମାନ ସେ ଅବକାରୀ ଉଚ ପଦସ୍ଥ ଅଧିକାରୀଙ୍କ ନିକଟ ରୁ ଅନୁମତି ନେଇଛନ୍ତି ୲ମୁଁ ମଧ୍ୟ ଅବକାରୀ ଵିଭାଗ କୁ ଜଣାଇ ସାରିଛି ଆଉ ଏକ ମାସ ରୁ ଦୁଇ ମାସ ମଧ୍ୟରେ ସେଠାରୁ ସେ ଦୋକାନ ଭାଙ୍ଗି ଅନ୍ୟତ୍ର ସ୍ତାନ୲ନ୍ତର କରିବେ ବୋଲି କହିଥିଲେ ୲ କିନ୍ତୁ ଏତେ ଧର୍ମଘଟ , ଧାରଣା , ଆନ୍ଦୋଳନ , ରାସ୍ତା ଅବରୋଧ ସତ୍ଵେ ଲୋକଙ୍କ ମତାମତ କୁ ଗୁରୁତ୍ଵ ନ ଦେଇ ସାହି ମଝିରେ ଦୋକାନ ଖୋଲିବାକୁ କାହିଁକି ଅବକାରୀ ଵିଭାଗ ବାରଣ ନ କରି ନିରବ ରହିଛି ତାହା ଲୋକଙ୍କ ମନରେ ସନ୍ଦେହ ସ୍ରୁସ୍ଠି କରିଛି ୲

LEAVE A REPLY

Please enter your comment!
Please enter your name here