ପିପୁଲସ କଲେଜ : “ଯୁବ ଓଡିଶା ନବୀନ ଓଡିଶା” ଆନୁକୂଲ୍ୟରେ କ୍ରୀଡା କାର୍ଯ୍ୟକ୍ରମ ଉଦଘାଟିତ

0
172

ବୁଗୁଡା:ବୁଗୁଡା ପିପୁଲସ କଲେଜ ପକ୍ଷରୁ ” ଯୁବ ଓଡ଼ିଶା ନବୀନ ଓଡିଶା” ଆନୁକୂଲ୍ୟରେ କ୍ରୀଡା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ହରିକୃଷ୍ଣ ନାୟକ କ୍ରୀଡା ପତାକା ଉତ୍ତୋଳନ କରି କ୍ରୀଡା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ରେ କ୍ରୀଡା ଉପସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁ, +୩ ନୋଡାଲ ଅଫିସର ଅଧ୍ୟାପକ ଡକ୍ଟର ପି. କେ. ଦାସ, ଅଧ୍ୟାପକ ଆତ୍ମପ୍ରକାଶ ନାୟକ, ଅଧ୍ୟାପକ ଡକ୍ଟର ସଞ୍ଜୟ କୁମାର ପ୍ରଧାନ, ଅଧ୍ୟାପକ ପ୍ରଦୀପ କୁମାର ପ୍ରଧାନ, କ୍ରୀଡା ଅଧ୍ୟାପକ କ୍ରିଷ୍ଣା ରାଓ ପାତ୍ର ଉପସ୍ଥିତ ଥିଲେ । ଅଧ୍ୟକ୍ଷ ଓ ଅଧ୍ୟାପକ ବୃନ୍ଦ ନିଜ ବକ୍ତବ୍ୟ ରେ କ୍ରୀଡା ବିଷୟରେ ବହୁ ତଥ୍ୟ ପ୍ରଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହାପରେ କ୍ରୀଡା ଅଧ୍ୟାପକଙ୍କ ତତ୍ତ୍ୱାବଧାନରେ ପ୍ରାୟ ଏକ ହଜାର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here