ଯୁବ ରେଡକ୍ରସ ସଂସ୍ଥାରେ ପ୍ରବେଶ ପାଇଁ ତାଲିମ କାର୍ଯ୍ୟକ୍ରମ

0
383

ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ସଂସ୍ଥା ରେ + ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ପାଇଁ ତାଲିମ କାର୍ଯ୍ୟକ୍ରମ ଡିସେମ୍ବର ୨୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ପ୍ରଥମେ ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା ରେଡକ୍ରସ ପତାକା ଉତ୍ତୋଳନ କରିଥିଲେ। ପରେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ସଂସ୍ଥାର ଉପଦେଷ୍ଟା ପ୍ରଫେସର ଦିଲ୍ଲୀପ କୁମାର ଆଚାର୍ଯ୍ୟଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ଶ୍ରୀ ପଣ୍ଡା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା ଏବଂ ସମ୍ମାନିତ ଅତିଥିଭାବେ ପ୍ରଫେସର ସନ୍ତୋଷ କୁମାର ସ୍ୱାଇଁ, ସୁଚିତ୍ରା ପଣ୍ଡା, କାହ୍ନୁ ଚରଣ ଦାଶ ଓ ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ପ୍ରେମାନନ୍ଦ ସାମନ୍ତରା ଯୋଗଦେଇଥିଲେ। ଅତିଥି ବୃନ୍ଦ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ହେନେରୀ ଡୁନାଣ୍ଟ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯୁବ ରେଡକ୍ରସରେ ଯୋଗଦେଇ ଭାରତୀୟ ରେଡକ୍ରସ ସଂସ୍ଥାକୁ ମଜଭୁତ କରିବା ସହ ସେବା କାର୍ଯ୍ୟରେ ନିୟୋଜିତ ହେବାକୁ ପରାମର୍ଶ ଦେଇଥିଲେ। ଶ୍ରୀମତୀ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ:ସ୍ବରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here