ବେଗୁନିଆପଡା ଫାଣ୍ଡି ଅଧିକାରୀ ଭାବେ ଯୋଗ ଦେଲେ ଦେବଦତ୍ତ ପ୍ରିୟଦର୍ଶୀ

0
437

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା) ବେଗୁନିଆପଡା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ଆଜି ଦେବଦତ୍ତ ପ୍ରିୟଦର୍ଶୀ ଯୋଗ ଦେଇଛନ୍ତି।। ସେ ଏହା ପୂର୍ବରୁ ବଡଗଡ ଥାନାରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀଯୁକ୍ତ ପ୍ରିୟଦର୍ଶୀନୂତନ ଦାୟିତ୍ୱକୁ ନେଇ ଉତ୍ସାହିତ ଥିବା କହିବା ସହ ଏଠାରେ ଯୋଗଦେବା ପରେ ଅପରାଧକୁ ଦମନ କରିବା ତଥା ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଲାଗି ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି। ବେଗୁନିଆପଡା ଫାଣ୍ଡିରେ କାର୍ଯ୍ୟରତ ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପଦୋନ୍ନତି ପାଇବା ପରେ ରମ୍ଭା ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି।

LEAVE A REPLY

Please enter your comment!
Please enter your name here