ରାମକୃଷ୍ଣ ପଟ୍ଟନାୟକ ଙ୍କ ବିୟୋଗରେ ଶୋକ ପ୍ରକାଶ

0
396

ବ୍ରହ୍ମପୁର : ବିଶିଷ୍ଟ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଏବଂ ଗଞ୍ଜାମ ଟାଇଗର ନାମରେ ପରିଚିତ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଞ୍ଚଳର ରାଜନେତା ନାରାୟଣ ସୁମନ୍ତରାୟ, ଚନ୍ଦ୍ରମଣି ଗୌଡ, ବେଗୁନିଆପଡା ବ୍ଲକ କଂଗ୍ରେସ ସଭାପତି ଭବାନୀ ପ୍ରସାଦ ଜେନା,( ବୁଲା) ପ୍ରଦୀପ କୁମାର ପଲେଇ, ଦେବରାଜ ସ୍ଵାଇଁ, ବିଜୟ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ, ଗୋପବନ୍ଧୁ ସାହୁ, ସମେତ ଅନ୍ୟମାନେ ଗଭୀର ଶୋକପ୍ରକାଶ ସହ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏଥିସହିତ ଗଞ୍ଜାମ ଜିଲ୍ଲା ତଥା ଓଡିଶାର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା । ଗଞ୍ଜାମ କୋଦଳା ନିର୍ବାଚନ ମଣ୍ଡଳୀରୁ ରାମକୃଷ୍ଣ ପଟ୍ଟନାୟକ ୫ ଥର ନିର୍ବାଚିତ ହୋଇଥିଲେ । ୧୯୭୭, ୧୯୮୫, ୧୯୯୦, ୧୯୯୫ ଓ ୨୦୦୦ ମସିହାରେ କୋଦଳା ନିର୍ବାଚନ ମଣ୍ଡଳୀରୁ ରାଜ୍ୟ ବିଧାନସଭା ଆସନରେ ଜିତିଥିଲେ । ୨୦୦୦ରୁ ୨୦୦୨ ଯାଏଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ପାଳିରେ ଅର୍ଥମନ୍ତ୍ରୀ ରହିଥିଲେ ସ୍ଵର୍ଗତ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here