ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଶିବିର ଉଦ୍‌ଘାଟିତ

0
251

ବେଲଗୁଣ୍ଠା: ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଶିବିର ୟୁନିଟ୍ -3 (ମହିଳା ବିଭାଗ ) ଆଜି ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଆୟୋଜିତ ଏକ ସଭାରେ ମୁଖ୍ୟ ବକ୍ତା ଭାବେ ଡଃ. ଗୁରୁମୂର୍ତ୍ତୀ ନାୟକ, ସମ୍ମାନୀତ ଅତିଥି ଭାବେ ସନ୍ତୋଷ କୁମାର ପାଣିଗ୍ରାହୀ, ଅଶୋକ କୁମାର ସ୍ୱାଇଁ, ପ୍ରଫୁଲ୍ଲ କୁମାର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ I ଜାତୀୟ ସେବା ଯୋଜନା ୟୁନିଟ୍-3 କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସପନ କୁମାର ପ୍ରଧାନ 25 ଜଣ ସ୍ଵେଚ୍ଛାସେବୀଙ୍କୁ ନେଇ ସୋଡଙ୍ଗୀ ଗ୍ରାମରେ ଜାତୀୟ ସେବା ଶିବିର ପରିଚାଳିତ କରୁଛନ୍ତି I ଆଜିର କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସପନ କୁମାର ପ୍ରଧାନ ସ୍ଵେଚ୍ଛାସେବୀ ମାନଙ୍କ କାର୍ଯ୍ୟ ପନ୍ଥା ବିଷୟରେ ସୂଚିତ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here