ଛୁଞ୍ଚିପଡା ରାସ୍ତା ରେ ଦୁର୍ଘଟଣା ଜଣେ ମୃତ ଜଣେ ଆହତ

0
280

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା କୋଦଳା ଥାନ ଅନ୍ତର୍ଗତ ଛୁଞ୍ଚିପଡା ରାସ୍ତା ସ୍ମଶାନ ନିକଟରେ ଗୁରୁବାର ସନ୍ଧ୍ୟାରେ ଟ୍ରାକ୍ଟର ସହ ବାଇକ୍ ଧକ୍କା ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ପଛରେ ବସିଥିବା ଯୁବକ ଜଣଙ୍କ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଜଣଙ୍କ ହେଲେ ନିକଟସ୍ଥ ଲୁହାକୋଟ ଗ୍ରାମର ଦିଗାମ୍ବର ନାୟକ ବୟସ (30)ଓ ଗୁରୁତର ଜଣଙ୍କ ହେଲେ ଉକ୍ତ ଗ୍ରାମର ବାବୁଲା ନାୟକ ବୟସ (27) । ଦିଗାମ୍ବର ଓ ବାବୁଲା କୌଣସି କାମରେ ଏକ ହିରୋ ବାଇକ ନଂ -OD07W 4808 ଯୋଗେ କୋଦଳା ଆସି ନିଜଗ୍ରାମକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣାଟି ଘଟିଥିଲା ବୋଲି ଶୁଣିବାକୁ ମିଳୁଛି । ବାବୁଲାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ କୋଦଳା ପୋଲିସ ପହଞ୍ଚି ବାଇକକୁ ଜବତକରି ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଏଥିସହିତ କ୍ଷତିପୂରଣ ଦାବୀ ନେଇ ମୃତକ ଙ୍କ ପରିବାରବର୍ଗ ଓ କିଛି ପଞ୍ଚାୟତବାସୀ ମାନେ ଆସ୍କା ଖଲ୍ଲିକୋଟ ରାସ୍ତା ଉପରେ ଶବ ରଖି ରାସ୍ତା ରୋକ କରିଛନ୍ତି । ଖବର ଲେଖା ସୁଦ୍ଧା ରାସ୍ତା ରୋକ ଚାଲିଛି । ଟ୍ରାକ୍ଟର ମାଲିକ ଙ୍କ ନାମ ଜଣା ପଡି ନାହିଁ ।

LEAVE A REPLY

Please enter your comment!
Please enter your name here