ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ଆଲୋଚନା ଚକ୍ର,”ଆମ କ୍ୟାଲେଣ୍ଡର” ଉନ୍ମୋଚନ ଓ ସମ୍ବର୍ଦ୍ଧନା ଉତ୍ସବ

0
123

ବୁଗୁଡା: ଗଞ୍ଜାମ ଜ଼ିଲ୍ଲା ବୁଗୁଡ଼ା ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରକୁ ଯାଇ ମଦନମୋହନ ପୁସ୍ତକାଳୟ ଦ୍ଵାରା ପ୍ରକାଶିତ “ଆମ କ୍ୟାଲେଣ୍ଡର”କୁ ପ୍ରଭୁଙ୍କ ଚରଣାବିନ୍ଦରେ ସମର୍ପଣ କରିବା ସହ ଏକ ଅଗ୍ରଣୀ କଳା,ସାହିତ୍ୟ ଓ ସଂସ୍କୃତିର ପ୍ରତିଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ଏବଂ ଭିନ୍ନ ରୂଚିର ସାହିତ୍ୟ ଭିତ୍ତିକ ପତ୍ରିକା “ଆମ ଜ଼ିଲ୍ଲା ପରିକ୍ରମା” ପକ୍ଷରୁ ମଧ୍ୟ ନିକଟସ୍ଥ ବି.ବ୍ରହ୍ମପୁର ଉପକଣ୍ଠ କଦମ୍ବ ମଠ ଶ୍ରୀ ଶ୍ରୀ ରଘୁନାଥ ମନ୍ଦିର ପରିସରରେ ବନ୍ଧୁ ମିଳନ, ଆମ କ୍ୟାଲେଣ୍ଡର ଉନ୍ମୋଚନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସଂସଦ ସମ୍ପାଦକ ତ୍ରିଲୋଚନ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂସଦର ସଭାପତି ହର ପ୍ରସାଦ ଦାଶ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଡ଼.ବିଜୟ ଚନ୍ଦ୍ର ମହାରଣା,ମୁଖ୍ୟବକ୍ତା ଭାବେ ଅଶୋକ ନନ୍ଦ ଏବଂ ସମ୍ମାନିତ ଅତିଥିଭାବେ ବରିଷ୍ଠ ସମାଜସେବୀ କବିରାଜ ଗୌଡ଼, ବୁଦ୍ଧିଜୀବି ବଂଶୀଧର ନାୟକ ଓ ଆଧ୍ୟାତ୍ମିକବାଦୀ ଆନନ୍ଦlନନ୍ଦ ମହାରାଜ ଯୋଗଦେଇଥିଲେ l ସର୍ବପ୍ରଥମେ ଅତିଥିମାନେ ଶ୍ରୀ ଜଗନ୍ନାଥସ୍ୱାମୀ, ଶ୍ରୀ ପଣ୍ଡାଙ୍କ ପିତା ମଦନମୋହନ ପଣ୍ଡା ଓ ମାତା ଲାବଣ୍ୟବତୀ ପଣ୍ଡାଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରିଥିଲେ। ଗତ ୨୦୨୩ ମସିହାରେ ବିୟୋଗ ଘଟିଥିବା ସମସ୍ତଙ୍କ ସ୍ମୃତିରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l “ଆମ ଗଞ୍ଜାମ ସଂସ୍କୃତି” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏହି ପରିପେକ୍ଷୀରେ ଅନୁଷ୍ଠାନ ପକ୍ଷରୁ ସମାଜସେବୀ ବଂଶୀଧର ନାୟକ, ସମାଜସେବୀ ଧୋବା ସାହୁ, ଆଦର୍ଶ କର୍ମଚାରୀ ଭାବେ ବିଭୁପ୍ରସାଦ ପଣ୍ଡା ଏବଂ ସମାଜସେବୀ ସୁରେନ୍ଦ୍ର ବେହେରାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ପରିଶେଷରେ ମାସସାରl ଅନୁଷ୍ଠିତ ହେଉଥିବା ପହିଲି ଭୋଗର ଶେଷ ଦିନରେ ପହିଲି ଭୋଗ ପ୍ରସାଦ ସେବନ କରିଥିଲେ। କୈଳାସ ଚନ୍ଦ୍ର ପଣ୍ଡା, ଦିଗାମ୍ବର ମହାରଣା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ରୋହିତ କୁମାର ପ୍ରଧାନ, ଅଭିମନ୍ୟୁ ମିଶ୍ର, ପୂର୍ଣ୍ଣଚନ୍ଦ୍ର ବାରିକ ପ୍ରମୁଖ ସାମ୍ବାଦିକ ଅଂଶଗ୍ରହଣ କରିଥିଲେ l

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here