ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କ ପାଇଁ କର୍ମଶାଳା

0
290

ବେଲଗୁଣ୍ଠା:ଜାତୀୟ ଶ୍ରମିକ ଶିକ୍ଷା ବିକାଶ ଏବଂ ଶ୍ରମ ମନ୍ତ୍ରଣାଳୟ ,ଭାରତ ସରକାର ,ବ୍ରହ୍ମପୁର ଓ ଗୋବରାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ସାରଥୀର ମିଳିତ ଆନୁକୂଲ୍ୟରେ ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କ ପାଇଁ ଏକ କର୍ମଶାଳା ଗୋବରା ସ୍ଥିତ ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି I ଏଥିରେ ବେଲଗୁଣ୍ଠା ବ୍ଳକ୍ ର ଚାରୋଟି ପଂଚାୟତ କ୍ଷତ୍ରିୟବରପୁର ,ଇଙ୍ଗିନାଠି,ବଡବୋର୍ସିଂ ଏବଂ ଧୂମୂଛାଇର ନିର୍ବାଚିତ ପ୍ରତିନିଧି ମାନଙ୍କୁ ନେଇ ଏହି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟତଃ ଈ ଶ୍ରମ କାର୍ଡ଼ର ପଞ୍ଜୀକରଣ,ନିର୍ବାଚିତ ପ୍ରତିନିଧି ମାନଙ୍କ ଦାୟିତ୍ୱ, କର୍ତ୍ତବ୍ୟ ଓ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ନିଜେ ଜାଣିବା ସହ ଲୋକଙ୍କ ପାଖରେ ଏହା ପହଞ୍ଚାଇ କିପରି ସରଳ ଓ ସୁବିଧାରେ ଲୋକେ ତାର ଫାଇଦା ପାଇ ପାରିବେ, କରୋନା ସମୟରେ କିପରି ଲୋକଙ୍କ ସହ ସମନ୍ୱୟ ରକ୍ଷା କରି ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ I ଏଥିରେ ମୁଖ୍ୟ ଅତିଥି ଭାବେ ବିଶ୍ୱ ଭାରତୀର ଅଧ୍ୟକ୍ଷ ତଥା ସାରଥୀର ସମ୍ପାଦକ କୁଞ୍ଜବିହାରୀ ନାୟକ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ମାମା ପରିଡ଼ା, କ୍ଷତ୍ରିୟବରପୁର ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବାଷ ସାମଲ,ଭଞ୍ଜନଗର ଅଞ୍ଚଳର ଜନଶୁଣା ସମାଜସେବୀ ଶୂଳପାଣି ଶତପଥୀ, କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦର ସଭାପତି ଗୋପାଳ ଚନ୍ଦ୍ର ଲେଙ୍କା, ବରିଷ୍ଠ ନାଗରିକ ମଞ୍ଚ ସଭାପତି ନିକୁଞ୍ଜ ଖଣ୍ଡୁଆଳ, କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡ଼, ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର, ପୂର୍ବତନ ଅଧ୍ୟାପକ ସନ୍ତୋଷ ବିଶ୍ୱାଳ, ଅବସରପ୍ରାପ୍ତ ବିଏସ୍ଏନ୍ଏଲ୍ ଉପଖଣ୍ଡ ଅଧିକାରୀ ଗୌରିଶଙ୍କର ମିଶ୍ର,ପୂର୍ବତନ ସରପଞ୍ଚ ରାମେଶ୍ୱର ପାତ୍ର, ଡ଼ିଜିଟାଲ ସେକ୍ରେଟେରୀ ବିଭୁପାଦ ଜେନା, ବରିଷ୍ଠ ଶିକ୍ଷା ଅଧିକାରୀ ସତ୍ୟ ପ୍ରସାଦ ଲେଙ୍କା,ଗଞ୍ଜାମ ଜିଲ୍ଳା ଉତ୍କଳ ସାମ୍ବାଦିକ ସଂଘର ସଧାରଣ ସମ୍ପାଦକ ଓ ସ୍ନେହ ରଞ୍ଜନ ଗୋଛାୟତ ଉପସ୍ଥିତ ଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନେ ପରିଚାଳନା କରିଥିବା ବେଳେ ଚାରୋଟି ପଂଚାୟତରୁ 60 ରୁ ଲୋକ ପ୍ରତିନିଧି ଓ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here