ମୁଖ୍ୟମନ୍ତ୍ରୀ ପୁରୀ ପାଇଁ ୩ ପ୍ରକଳ୍ପକୁ ଅନୁମୋଦନ ଦେଲେ

0
727

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ପୁରୀରେ ନୂଆ ପ୍ରକଳ୍ପର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ଏକ ସମୀକ୍ଷା ବୈଠକରେ ୩ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଜଗନ୍ନାଥ ସଂସ୍କୃତିର ଗବେଷଣା ପାଇଁ ନବୀନ ଗୁରୁତ୍ୱ ଦେଇଛନ୍ତି। ସେହିପରି ଐତିହ୍ୟ ସୁରକ୍ଷା ଜୋନ୍, ରଘୁନନ୍ଦନ ଲାଇବ୍ରେରୀ ଓ ବାସଗୃହ ପ୍ରକଳ୍ପକୁ ନବୀନ ଅନୁମୋଦନ ଦେଇଛନ୍ତି।
ରଘୁନନ୍ଦନ ଲାଇବ୍ରେରୀ ପାଇଁ ୨୫ କୋଟି ଟଙ୍କା ବିନିଯୋଗ ହେବ। ବିସ୍ଥାପିତଙ୍କ ପାଇଁ ବାସଗୃହ ପ୍ରକଳ୍ପ ନିର୍ମାଣ ହେବ। ବାସଗୃହ ପ୍ରକଳ୍ପ ପାଇଁ ୯୫ କୋଟି ଟଙ୍କା ବିନିଯୋଗ ହେବ ବୋଲି ଜଣାପଡ଼ିଛି |

LEAVE A REPLY

Please enter your comment!
Please enter your name here