ଟଙ୍କା ଆଦାୟ ପାଇଁ ନୁହେଁ, ଟ୍ରାଫିକ ନିୟମ ପାଳନ ପାଇଁ ବଢିଛି ଜରିମାନା : ନୀତିନ ଗଡକରୀ

0
771

ନୂଆଦିଲ୍ଲୀ: ମୋଟର ଯାନ ଆଇନରେ ପରିବର୍ତନ ହୋଇଛି । ସରକାର ଗତ ୧ ତାରିଖରୁ ନୂଆ ଆଇନ ଲାଗୁ କରିଛନ୍ତି । ଏଥିରେ ଟ୍ରାଫିକ ନିୟମ ଉଲଙ୍ଘନ କଲେ ବଡ ରକମର ଜରିମାନା ବ୍ୟବସ୍ଥା ହୋଇଛି । ଯାହାକୁ କେତେକ ଲୋକ ବିରୋଧ ମଧ୍ୟ କରିଛନ୍ତି । ତେବେ ଏହି ପ୍ରସଙ୍ଗରେ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ସରକାର ଜନ ସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଏହା କରିଥିବା ସେ କହିଛନ୍ତି ।
ନୀତିନ କହିଛନ୍ତି, ସରକାର କେବେ ବି ଟ୍ରଫିକ ନିୟମ ଉଲଙ୍ଘନକାରୀଙ୍କଠାରୁ ଅଧିକ ଜରିମାନା ଆଦାୟ କରିବାକୁ ଚାହାଁନ୍ତି ନାହିଁ । କିନ୍ତୁ ଏହାକୁ ଲାଗୁ କରିବା ପଛରେ କାରଣ ରହିଛି । ଜନତା ନିୟମ ପାଳନ କରନ୍ତୁ । ଦିନ ଆସିବ ଜନତା ସମସ୍ତ ନିୟମ ପାଳନ କରିବେ, ଆଉ ଜରିମାନା ଦେବାକୁ ପଡିବନି ।
ଗତ ୧ ତାରିଖରୁ ନୂଆ ନିୟମ ଲାଗୁ ହୋଇଛି । ଏଥିରେ ଜରିମାନ ରାଶି ଅଧିକ ରହିଛି । ଯାହାକୁ ବହୁ ସ୍ଥାନରେ ନାପସନ୍ଦ କରାଯାଇଛି । ଏପରିକି ଗତକାଲି ରାଜଧାନୀ ଭୁବନେଶ୍ୱରରେ ଜଣେ ଅଟୋଚାଳକଙ୍କୁ ୫୨ ହଜାର ଟଙ୍କା ଫାଇନ ଲାଗିଛି ।ସେହିପରି ହରିୟାଣାର ଏକ ଟ୍ରକକୁ ୫୯ହଜାର ଟଙ୍କାର ଫାଇନ ଲାଗିଛି ।

LEAVE A REPLY

Please enter your comment!
Please enter your name here