ସାମାଜିକ ସୁରକ୍ଷା ବିଭାଗ ତରଫରୁ ହିତାଧିକାରୀ ଙ୍କୁ ସହାୟତା ପ୍ରଦାନ

0
276

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ହିତାଧିକାରୀ ଙ୍କୁ ସହାୟତା ପ୍ରଦାନ ବଣ୍ଟନ କରାଯାଇଛି l ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଯୋଗଦେଇ ଥିବା ବେଳେ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମତି -କଲ୍ୟାଣୀ ଦାସ ଉପସ୍ଥିତ ଥିଲେ l ଗୋଟିଏ ସାଧାରଣ ବ୍ୟକ୍ତି ସହ ଗୋଟିଏ ଭିନ୍ନକ୍ଷମ ବ୍ୟକ୍ତି ସହ ବିବାହ ହେଲେ ବୈବାହିକ ପ୍ରଛାହନ ରାଶି ହିସାବରେ ରାଜ୍ୟ ସରକାଙ୍କ ନିୟମ ଅନୁଯାଇ 22-2-21 ପର ଠାରୁ 2.50,000 ଟଙ୍କା ସେମାନଙ୍କ ମିଳିତ ଜମାଖାତାରେ 3ବର୍ଷ ନିମନ୍ତେ ସ୍ଥିର ଜମା ରାଶି ଏବଂ ଏଥି ପୂର୍ବରୁ ବିବାହ କରିଥିଲେ -50.000ଟଙ୍କା ସ୍ଥିର ରାଶି ପ୍ରଦାନ କରାଯାଇଥିଲା l ଜିଲ୍ଲାର (1)ଅଭିନାଶ ଭୂୟାଁ (ଭିନ୍ନକ୍ଷମ )ଓ ଆଜେଲ ପାଣି ଭୂୟାଁ, ,(2)ପାନୁଏଲ ରଇତା (ଭିନ୍ନକ୍ଷମ )ଓ ଆଜେଲ ପାଣି ରଇତ ଗୁମା ପଞ୍ଚାୟତ ସମିତି ଟ.2,50.000 ଲେଖାଏଁ (3) ପି. ଚିନାରୀ (ଭିନ୍ନକ୍ଷମ ) ଓ ବି. ଭେଙ୍କଟ ଗୌରୀ ପ୍ରସାଦ ପାରଳାଖେମୁଣ୍ଡି ପୌରାପରିଷଦ ଏବଂ (4) ମୋଜେଶ କୁମାର ନାଗ (ଭିନ୍ନକ୍ଷମ )ଓ ରୁବିନା ନାଗ, ନୂଆଗୁଡା ପଞ୍ଚାୟତ ସମିତି ଟ.50.000 ଭିନ୍ନକ୍ଷମ ବିବାହ ପ୍ରଛାହନ ରାଶି ପ୍ରଦାନ କରାଯାଇଥଲା l ଏଥି ସହ ମାଗଣା ଲେପଟପ ଜଣେ ଦୃଷ୍ଟି ବାଧିତ ଛାତ୍ର /ଛାତ୍ରୀ ଏବଂ +3 ପାଠ ପଢୁଥିଲେ ଏହି ସୁବିଧା ପାଇପାରିବେ l ହିତାଧିକାରୀଙ୍କ ନାମ ହେଲା -ଶକ୍ତିମାନ ପରିଛl, ପିତା -ମୃତୁଞ୍ଜୟ ପରିଛା,ଗ୍ରାମ -ନରାୟଣପୁର, ରାୟଗଡ ପଞ୍ଚାୟତ ସମିତି ଙ୍କୁ ପ୍ରଦାନ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାସାମାଜିକ ବିଭାଗ ର କର୍ମଚାରୀମାନେ ପରିଚାଳନା କରିଥିଲେ l

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here