ବିନା ସ୍ୱତନ୍ତ୍ର ସୁବିଧାରେ ତିହାର ଜେଲ୍ରେ ପ୍ରଥମ ରାତ୍ରି ବିତାଇଲେ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍

0
746

ନୂଆଦିଲ୍ଲୀ : ଗୁରୁବାର ସନ୍ଧ୍ୟା ବେଳେ ଆଇଏନ୍ଏକ୍ସ ମିଡିଆ ମାମଲାରେ ଗିରଫ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କୁ ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ତିହାରର ସେଣ୍ଟ୍ରାଲ ଜେଲ୍କୁ ପଠାଇ ଦେଇଛନ୍ତି। ତିହାର ଜେଲରେ ଚିଦାମ୍ବରମ୍ଙ୍କୁ କେଉଁସବୁ ସୁବିଧା ମିଳିବ, ସେନେଇ ଏକ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଛି। ଅଦାଲତ ନିର୍ଦ୍ଧାରିତ ଗୋଟାଏ ପୃଥକ୍ କୋଠରି ଏବଂ ପାଶ୍ଚାତ୍ୟ ଶୌଚାଳୟ ବ୍ୟତୀତ ଅନ୍ୟ କୌଣସି ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯିବ ନାହଁକ ବୋଲି କାରାଗାର ଅଧିକାରୀମାନେ କହିଛନ୍ତି। ଅନ୍ୟ କଏଦୀଙ୍କ ପରି ନିର୍ଦ୍ଧାରିତ ସମୟ ଯାଏଁ ସେ ମଧ୍ୟ କାରାଗାର ପାଠାଗାରକୁ ଯାଇ ପାରିବେ ଏବଂ ଟେଲିଭିଜନ୍ ଦେଖି ପାରିବେ। ତାଙ୍କ କୋଠରିକୁ ଖବରକାଗଜ ମଧ୍ୟ ଯିବବାଧ୍ୟତାମୂଳକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଚିଦମ୍ବରମ୍ଙ୍କୁ ଜେଲ୍ ନମ୍ବର ୭ରେ ରଖାଯାଇଥିଲା। ୧୪ ଦିନିଆ କାରାବାସର ପ୍ରଥମ ରାତ୍ରୀରେ ସେ ଲଘୁ ରାତ୍ର ଭୋଜନ ଏବଂ ଔଷଧପତ୍ର ଖାଇଥିଲେ ବୋଲି ଜେଲ୍ସୂତ୍ରରୁ ଜଣାପଡ଼ିଛି। ସାଙ୍ଗରେ ସେ ତାଙ୍କର ଚଷମା ମଧ୍ୟ ନେଇଥିଲେ। ତାଙ୍କୁ ତକିଆ ଏବଂ କମ୍ବଳ ମଧ୍ୟ ଯୋଗାଇ ଦିଆଯାଇଥିଲା। ଚିଦାମ୍ବରମ୍ଙ୍କ ଓକିଲ କପିଲ ଶିବଲ ଜେଲରେ ଚିଦାମ୍ବରମ୍ଙ୍କ ପାଇଁ ଅତ୍ୟାଧୁନିକ ଟଏ୍ଲେଟ ବ୍ୟବସ୍ଥା, ତାଙ୍କ ଜେଡ୍ ସିକ୍ୟୁରିଟି ମିଳୁଥିବାରୁ ଜେଲରେ ତାଙ୍କର ସୁରକ୍ଷା ବ୍ୟବସ୍ଥା, ସ୍ବତନ୍ତ୍ର ସେଲ୍ର ବ୍ୟବସ୍ଥା କରାଯିବାକୁ ଆବେଦନ କରିଥିଲେ। ଶୁକ୍ରବାର ସକାଳ ପ୍ରାୟ ୬ଟା ବେଳେ ଚିଦମ୍ବରମ୍ଙ୍କୁ ଚା ଏବଂ କାରାଗାରର ମେନୁ ଅନୁସାରେ, ପାଉଁରୁଟି, ଚୁଡ଼ାସନ୍ତୁଳା ଏବଂ ଖିଚିଡ଼ି ଦିଆଯାଇଥିଲା। ସେ ରିଜର୍ଭ ଓସ୍ମୋସିସ୍ ପ୍ଲାଣ୍ଟ୍ କିମ୍ବା କ୍ୟାଣ୍ଟିନ୍ରୁ କିଣାଯାଇଥିବା ବୋତଲ ପାଣି ପିଇପାରିବେ।ସିବିଆଇ କୋର୍ଟ ବିଚାରପତି ଅଜୟ କୁମାର ତୁରନ୍ତ ଚିଦାମ୍ବରମ୍ଙ୍କ ସମସ୍ତ ଆବେଦନକୁ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here