ବିଇଏମସି କମିଶନରଙ୍କ ତତ୍ତ୍ୱାବଧାନରେ ବ୍ରହ୍ମପୁରରେ ସେରୋଲୋଜିକଲ ସର୍ଭେ

0
396

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ବ୍ରହ୍ମପୁର ବିଇଏମସି କମିଶନର ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ନେତୃତ୍ୱରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ଆର.ଏମ.ଆର.ସି (R.M.R.C)ଭୁବେନେଶ୍ୱର ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁର ବିଇଏମସି ପରିସରରେ ଗଣମାଧ୍ୟମ, ବିଇଏମସି କର୍ମଚାରୀ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କ ପାଇଁ କୋଭିଡ ୧୯ ଏଣ୍ଟି ବଡିଟେଷ୍ଟିଙ୍ଗ ହୋଇଯାଇଛି । ଏହା ଦ୍ୱାରା ମନୁଷ୍ୟ ଦେହରେ ରୋଗ ପ୍ରତିରୋଧକ ଶକ୍ତି କେତେ ପରିମାଣରେ ପ୍ରସ୍ତୁତ ହୋଇପାରୁଛି କି ନାହିଁ ଏହାର ରକ୍ତ ନମୁନା ନିଆଯାଉଛି । ଏହା ଦ୍ୱାରା ଜଣାପଡିବ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ରହୁଥୁବା ଲୋକମାନଙ୍କ ମଧ୍ୟରେ କେତେ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ଅଛି । ଏହା ଦ୍ୱାରା କେତେ ମାତ୍ରାରେ ଜନସାଧାରଣ ସଚେତନ ଅଛନ୍ତି ଜଣାପଡିବ । ଗତ ୩ ତାରିଖ ଠାରୁ ଏହି ସର୍ଭେ ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ୱାର୍ଡରେ ଆରମ୍ଭ ହୋଇଛି । ମହାନଗର ନିଗମର ୪୦ଟି ୱାର୍ଡ ଅଞ୍ଚଳରୁ ବିଇଏମସି ଓ ବୁଭେନେଶ୍ୱର ସ୍ଥିତ ରିଜିଓନାଲ ମେଡିକାଲ ରିଚର୍ଚ୍ଚ ସେଣ୍ଟର(ଆର.ଏମ.ଆର.ସି) ପକ୍ଷରୁ ଏହି ସର୍ଭେ କରାଯାଉଛି । ସୂଚନ ଅନୁସାରେ, ଭୁବେନେଶ୍ଵର ଓ ପୁରୀ ପରେ ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମରେ ୫ ଦିନିଆ ସେରୋଲୋଜିକାଲ ସର୍ଭେ ଆରମ୍ଭ ହୋଇଛି । ମହାନଗର ନିଗମ ଅଞ୍ଚଳରୁ ପ୍ରାୟ ୨୫୦୦ ରକ୍ତ ନମୁନା ସଂଗ୍ରହ କରିବା ପାଇଁ ବିଇଏମସି ଲକ୍ଷ୍ୟ ରଖିଥିବା ଜଣାପଡିଛି । ଆଜି ଶେଷ ଦିନରେ ପ୍ରାୟ ୨୦୦ ଜଣଙ୍କର ଟେଷ୍ଟ କରିବାର ଲକ୍ଷ୍ୟ ରଖାଯାଇଛି । ଏଥିରେ ୫ଟି ଟିମ ନିୟୋଜିତ ହୋଇ ରକ୍ତ ସଂଗ୍ରହ କରୁଛନ୍ତି । ଏଥିରୁ ବାଦ ପଡ଼ିନାହିଁ ବ୍ରହ୍ମପୁର ପୋଲିସ,ଜ଼ିଲ୍ଲାର କକାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ । ବ୍ରହ୍ମପୁର ଏସପିଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଆମ୍ବପୁଆ ରିଜର୍ଭ ପଡିଆ ଠାରେ ଏସପି ପିନାକ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ଡାକ୍ତର ସାରା ମିଶ୍ର ପ୍ରଥମେ ରକ୍ତ ନମୁନା ଦେଇଥିଲେ । ଏହାପରେ ଜ଼ିଲ୍ଲାରେ କାର୍ଯ୍ୟରତ ଦୁଇ ଅତିରିକ୍ତ ଏସପି, ଡିଏସପି,ଏସଡିପିଓ,ସମସ୍ତ ଥାନ ଅଧିକାରୀ ଓ କର୍ମଚାରୀ ସମେତ ପ୍ରାୟ ୨୩୦ ଜଣ ଏହି ସେରୋଲୋଜିକଲ ଟେଷ୍ଟରେ ଭାଗ ନେଇଥିଲେ । ଏହି ସେରୋଲୋଜିକଲ ଟେଷ୍ଟ ଏକ ମାସ ପରେ ଦ୍ୱିତୀୟ ଫେଜରେ ହେବ ବୋଲି ବିଇଏମସି କମିଶନର ସୂଚନା ଦେଇଛନ୍ତି । ଦ୍ୱିତୀୟ ଫେଜରେ ଆହୁରି ୨୫୦୦ ରକ୍ତ ନମୁନା ସଂଗ୍ରହ କରିଯିବାର ଲକ୍ଷ୍ୟ ରଖାଯାଇଛି l

LEAVE A REPLY

Please enter your comment!
Please enter your name here