ଅଭିନବ ଶୈଳିରେ ଦିନ ଦ୍ୱିପ୍ରହରରେ ଘରେ ପଶି ମହିଳାଙ୍କୁ ଲୁଟିଲେ ଦୃବୁତ୍ତ

0
791

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ଅପରାହ୍ଣରେ ବ୍ରହ୍ମପୁର ବଡବଜାର ଅଞ୍ଚଳର ଜଣେ ମହିଳାଙ୍କୁ ଦୃବୁତ୍ତମାନେ ଲୁଟିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ମହିଳା ଜଣକ ବଡବଜାର ଥାନା ଅଞ୍ଚଳର ଜଗନ୍ନାଥ ବିହାର ୭ମ ଲାଇନର କୈଳାସୀ ସାହୁ (୫୬) ବୋଲି ଜଣା ପଡିଛି । ଆଜି ଖରାବେଳେ ଘରେ କେହି ନଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ପୁଅ ବିବାହ ପାଇଁ ପ୍ରସ୍ତାବ ଆଣିଛୁ କହି ଘରେ ପଶିଥିଲେ ଓ ମହିଳାଙ୍କ ପାଟିରେ ଗାମୁଛା ବାନ୍ଧି ଦେଇଥିଲେ। ଏଥିରେ ମହିଳା ଜଣକ ଭୟଭୀତ ହୋଇ ଯାଇଥିଲେ। ପାଟି ଫିଟାଇଲେ ମାରିଦେବୁ କହିବାରୁ ଦୁର୍ବୃତ୍ତଙ୍କୁ ମହିଳା ଜଣକ ବିରୋଧ କରିପାରି ନଥିଲେ ଓ ଦୁର୍ବୃତ୍ତମାନେ ମହିଳା ପିନ୍ଧିଥିବା ସୁନା ଅଳଙ୍କାର ସହ ଘରେ ଥିବା ୧୦ ହଜାର ଟଙ୍କା ଲୁଟି ନେଇଥିଲେ। ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here