ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୧୧ ଗିରଫ

0
785

ରାଇକିଆ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଞ୍ଚଳରେ ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ରାଇକିଆ ପୋଲିସ ୧୧ ଜଣକୁ ଗିରଫ କରି କୋର୍ଟ ଚାଲାଣ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଅଛି । ପ୍ରାପ୍ତ ଖବର ଅନୁଯାୟୀ ରାଇକିଆ ବ୍ଲକ ସଦର ଠାରୁ ୭ କିମି ଦୂର ବାକିଙ୍ଗିଆ ଗ୍ରାମର ଶିବାନୀ ପ୍ରଧାନ ଡକେଡି ସାହିରେ ରହୁଥିବା ଜଣେ ନାବାଳିକାକୁ ଗତ ୨୭/୦୮ ଦିନ ଏକୁଟିଆ ଦେଖି ଘରେ ପଶି ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଅଛି । ଘଟଣା ଟିକୁ ଚପାଇଦେବା ପାଇଁ ମଧ୍ୟ ଧମକଚମକ ଦେଇଥିଲେ । ଦୀର୍ଘ ୭ ଦିନ ପରେ ନାବାଳିକା ଜଣକ ସାହସ କରି ନିଜ ମା ଙ୍କୁ ଏହି ଖବର କହିଥିଲେ । ପରେ ପୀଡ଼ିତାଙ୍କ ମା ରାଇକିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲାକୁ ଭିତ୍ତି କରି ରାଇକିଆ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶିବାନୀ ପ୍ରଧାନ ଙ୍କ ସହ ସୁବଳ ପ୍ରଧାନ, ଲାଜିରା ପ୍ରଧାନ, ଜୟସେନ ପ୍ରଧାନ, ମନୋଜ ପ୍ରଧାନ, ଏବେନେଶ୍ଵର ପ୍ରଧାନ, ବିଜୟ କୁମାର ପ୍ରଧାନ, ଲିଙ୍ଗରାଜ ପ୍ରଧାନ , ନନ୍ଦୀ ପ୍ରଧାନ କୁ କେସ ନମ୍ବର ୫୦/୧୯ ସେକସନ ୪୫୨,୩୭୬(AB)ପୋସ୍କୋ ଆକ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରିଥିବା ରାଇକିଆ ଥାନା ଏସଆଇ ବିଜୟ ସିଂ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here