ଆସ୍କା ଚାରିମାଇଲ ଛକରେ ଏନକାଉଣ୍ଟର ; ଅପରାଧୀ ଗୁରୁ ପ୍ରସାଦ ଆହତ

0
650

ଆସ୍କା ୫/୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଆଜି ଭୋର ୫ଟା ସମୟରେ ଗଂଜାମ ଜିଲ୍ଲା ଆସ୍କା ପୋଲିସ ବହୁ ଚର୍ଚ୍ଚିତ ଅପରାଧୀ ଗୁରୁ ପ୍ରସାଦ ସ୍ଵାଇଁର ଏନକାଉଣ୍ଟର କରିବା ସହ ତା’ ପାଖରୁ ଗୋଟିଏ ମାଉଜର,ଦୁଇଟି ଜୀବନ୍ତ ଗୁଳି ଓ ମୋଟରସାଇକେଲ ଜବତ କରିଛି |

ସୂଚନା ଅନୁଯାୟୀ ଅଭିଯୁକ୍ତ ଗୁରୁ ନାମରେ ଚୋରି,ଡକାୟତି,ରାହାଜାନି ଓ ହତ୍ୟା ଭଳି ୧୩ଟି ମାମଲା ଜିଲ୍ଲାର ବିଭିନ୍ନ ଥାନାରେ ରହିଛି | ଆଜି ଭୋରରୁ ଆସ୍କା ଥାନା ଅନ୍ତର୍ଗତ ଚାରିମାଇଲ ଛକ ନିକଟରେ ଏହି ଏନକାଉଣ୍ଟର ହୋଇଛି | ଗୁରୁ ପ୍ରସାଦ ଓ ତାର ସହଯୋଗୀ ମୋଟରସାଇକେଲ ଯୋଗେ ଆସ୍କାରୁ ବାଲିପଦର ଯାଉଥିବା କଥା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉଭୟଙ୍କର ପିଛା କରିଥିଲା | ସେମାନେ ଏହି କଥା ଜାଣି ପୋଲିସ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ | ପ୍ରତିଉତ୍ତରରେ ପୋଲିସ ଗୁଳି ଚାଳନା ଦ୍ୱାରା ଗୁରୁର ବାମ ଗୋଡ଼ରେ ଗୁଳି ବାଜିଥିଲା | ଏହି ଘଟଣାରେ ଦୁଇ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ଓ ଗୁରୁର ସହଯୋଗୀ କାଳୁ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଛି | ଗୁରୁକୁ ପ୍ରଥମେ ଆସ୍କା ଡାକ୍ତରଖାନାରେ ଭର୍ତି କରାଯାଇ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି

LEAVE A REPLY

Please enter your comment!
Please enter your name here