ଯୁବତୀଙ୍କ ନାମରେ ଫେକ୍ ଆଇଡି ଖୋଲି ବ୍ଲାକମେଲ, ଦୁଇ ଗିରଫ।

0
293

ବୁଗୁଡ଼ା : ଫେସବୁକରେ ବିଭିନ୍ନ ଯୁବତୀଙ୍କ ନାମରେ ଫେକ୍ ଆଇଡି ଖୋଲି ପ୍ରଥମେ ଫ୍ରେଣ୍ଡସିପ ରିକ୍ୱେଷ୍ଟ ,ତାପରେ ମେସେଞ୍ଜର ଓ ୱାଟ୍ସଅପରେ ଚାଟିଙ୍ଗ୍ କରି ପାଲରେ ପକାଇବା ପରେ ବିଭିନ୍ନ ବାହାନାରେ ଧାର ମାଗି ଲକ୍ଷ ଲକ୍ଷ ଟଙ୍କା ଲୁଟି ଥିବା ଦୁଇଜଣ ଠକ ବୁଗୁଡ଼ା ଥାନା ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି l ଗିରଫ ଦୁଇ ଯୁବକ ହେଲେ ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ସିମାଞ୍ଚଳ ପୃଷ୍ଟି ଓ ଦେବାଶିଷ ସାହୁ l ପ୍ରାୟ ଦେଢ଼ ବର୍ଷ ହେଲା ବର୍ଷା କର ଓ ମୋନାଲିସା ପଟ୍ଟନାୟକ ଆଦି ଝିଅ ନାମରେ ମିଥ୍ଯା ଫେସବୁକରେ ଫେକ୍ ଆକାଉଣ୍ଟ ଖୋଲି ମୋବାଇଲ ରେ ଝିଅ ସ୍ୱର ବଦଳାଇ ଚାକିରୀ କରୁଥିବା ବ୍ୟକ୍ତି, ଧନୀ ଶ୍ରେଣୀର ଓ କେତକ ନେତା l ସେମାନଙ୍କୁ ବିଭିନ୍ନ ଅଶ୍ଳୀଳ ମେସେଜ୍ ପଠାଇ ନିଜ ଜାଲରେ ଫସାଇବା ପରେ କାହାକୁ ଦେହ ଖରାପ କହି, ଆଉ କାହାକୁ ଜାଗା କିଣିବି କହି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣା ପଡିଛି l ଜଣେ ଶିକ୍ଷକଙ୍କ ଠାରୁ ୧୫ ଲକ୍ଷ ଟଙ୍କା ହଡପ ପରେ ସମ୍ପୃକ୍ତ ଶିକ୍ଷକ ବୁଗୁଡ଼ା ଥାନାରେ ଅଭିଯୋଗ କରିବାରେ ପୋଲିସ ସିମାଞ୍ଚଳକୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରା ଉଚରା କରିଥିଲେ l ସବୁ ଟଙ୍କା ସିମାଞ୍ଚଳ ପୃଷ୍ଟି ଆକାଉଣ୍ଟକୁ ଯାଉ ଥିବା ବେଳେ ସୁନ୍ଦରୀ ଯୁବତୀଙ୍କ ଅଶ୍ଳୀଳ ଫୋଟୋ ଦେଖି ମାୟାରେ ପଡି ଅନେକ ବ୍ୟକ୍ତି ବହୁ ପରିମାଣର ଟଙ୍କା ପଠାଉ ଥିବା ଜଣାପଡିଛି l ହେଲେ ବୁଗୁଡା ପୋଲିସ ଏହାକୁ ସଫଳତାର ସହ ଅନୁସନ୍ଧାନ କରି ବୁଗୁଡା ସହରର ସୀମାଞ୍ଚଳ ପୃଷ୍ଟି ଓ ଦେବାଶିଷ ସାହୁ ଦୁଇ ଯୁବକଙ୍କୁ ଗିରଫ କରିଥିଲେ। ବୁଗୁଡା ଥାନା କେଶ ନଂ ୬୫୬/୨୧ ପ୍ରକାରେ ଏକ ମାମଲା ରୁଜୁ କରାଯାଇ ଆସାମୀ ଦୁଇ ଜଣଙ୍କୁ ଡିସେମ୍ବର ୧୫ ତାରିଖ ଦିନ କୋର୍ଟ ଚାଲାଣ କରାଯାଇଛି।

ରିପୋର୍ଟ:ସ୍ୱରପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here