ଅବକାରୀ ବିଭାଗ ଚଡାଉ ; ୪ ଗିରଫ

0
454

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତ ଙ୍କ ନିର୍ଦେଶ କ୍ରମେ ଓ ନବରଙ୍ଗପୁର ଅବକାରୀ ଇନ୍ସପେକ୍ଟର ସୁଧୀର କୁମାର ସାହୁ ଙ୍କ ନେତୃତ୍ୱରେ ବୁଧବାର କୋଡ଼ିଙ୍ଗା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବହୁ ମାତ୍ରାରେ ମଦ , ପୋଚ ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଚିର୍ମା , ଚୁରୁଚୁଣ୍ଡା , ରାଜୋଡା ଓ ଡକରିଭଟ୍ଟା ଗ୍ରାମ ଉପରେ ଚଢ଼ାଉ କରି ପ୍ରାୟ ୮୦ ଲିଟର ଦେଶୀ ମଦ ଓ ପ୍ରାୟ ୩ ହଜାର ଲିଟର ମହୁଲ ପୋଚ କୁ ଜବତ କରି ବିଭାଗ ପକ୍ଷରୁ ସେଗୁଡାକୁ ନଷ୍ଟ କରାଯାଇଥିଲା । ଏହି ଚୋରା ମଦ କାରବାର ରେ ଚିର୍ମା ଗ୍ରାମର କନକ କେଉଟ , ତୁଳସା କେଉଟ , ଚୁରୁଚୁଣ୍ଡା ଗ୍ରାମର ପଦମ ମାଝୀ ଓ ପାର୍ବତୀ ମାଝୀ ଏଇ ୪ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ମିଳିଛି । ଏହି ଚଡାଉ ରେକୋଡ଼ିଙ୍ଗା ଅବକାରୀ ଉପ ନିରୀକ୍ଷକ ହର ପ୍ରସାଦ ରାଣା , ଅବକାରୀ ସହ ଉପନିରୀକ୍ଷକ ଜଗବନ୍ଧୁ ଯାନୀ , ରାଜେନ୍ଦ୍ର ପଟ୍ଟନାୟକ , ଅମୀୟ ଖଞ୍ଜା , ଅବକାରୀ କନେଷ୍ଟବଳ ଆକ୍ରମ ଖାଁନ , ଦେବେନ୍ଦ୍ର ସମରଥ , ବାଳକୃଷ୍ଣ ନାୟକ , ରଞ୍ଜି ଯାନୀ , ଗତୁଳ ନାୟକ , ରୀନା ବଡ଼ନାୟକ , ସାନୁ ସେଠିଆ , ରଞ୍ଜିତ ସିଂ ପ୍ରମୁଖ ସାମିଲ ଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here