ରାଇକିଆ ବ୍ଲକ ଉପାନ୍ତ ଅଞ୍ଚଳରେ ରାସ୍ତା ବିପର୍ଯ୍ୟସ୍ତ, ଯାତାୟାତ ବାଧାପ୍ରାପ୍ତ

0
722

ରାଇକିଆ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଉପାନ୍ତ ଅଞ୍ଚଳ ରଣବା ଗ୍ରାମପଞ୍ଚାୟତ ରାସ୍ତା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ଜନସାଧାରଣଙ୍କ ଯାତାୟାତରେ ବହୁ ବାଧା ସୃଷ୍ଟି ହେଉଅଛି । ପ୍ରାପ୍ତ ଖବର ଅନୁଯାୟୀ ରଣବା ପଞ୍ଚାୟତ ମୁଳୁକୁମାହା ଛକ ଠାରୁ ବାଦଗଡ ଓ ଗଞ୍ଜାମ ସୀମା ଗେଞ୍ଜା ଗ୍ରାମ ନିକଟ ଦୀର୍ଘ ୩୦ କିମି ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଅଛି । ରଣବା ପଞ୍ଚାୟତରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଏହି ୩୦ କିମି ରାସ୍ତା ଉପରେ ମାଟି ପକାଯାଇଥିଲା ଯାହାକି ଲଗାଣ ବର୍ଷାରେ ମାଟି ଧୋଇହୋଇ କାଦୁଅରେ ପରିଣତ ହୋଇଯାଇଅଛି । ଗାଡି ଯିବା ତ ଦୂରର କଥା ଲୋକେ ଚାଲି ଚାଲି ଯିବା ମଧ୍ୟ ସମ୍ଭବ ପର ହୋଇପାରୁନାହିଁ । ମୁଖ୍ୟତଃ ରଣବା ଗ୍ରାମବାସୀ ବ୍ୟାଙ୍କ, ବ୍ଲକ, ସ୍ୱାସ୍ଥ୍ୟ, ତହସିଲ କାମ ପାଇଁ ରାଇକିଆ ମୁଖ୍ୟ ସଦର ବାଜାର ଏବଂ ନିଜ ନିତ୍ୟ ବ୍ୟବହାର୍ଜ୍ୟ ସାମଗ୍ରୀ ପାଇଁ ସୋରଡା ଏବଂ ରାଇକିଆ ଉପରେ ନିର୍ଭରଶୀଳ ହେଉଥିବା ବେଳେ ଜିଲ୍ଲା ଏବଂ ବ୍ଲକ ପ୍ରସାଶନ ଏହାର ପ୍ରତିକାର ପାଇଁ ଦାବି ହେଉଅଛି ।

LEAVE A REPLY

Please enter your comment!
Please enter your name here