ଭାଙ୍ଗଭର୍ତି ଇଣ୍ଡିକା ଜବତ, ଜଣେ ଗିରଫ

0
295

ବେଲଗୁଣ୍ଠା: ଏକ ଇଣ୍ଡିକା ଜାର ରେ ଭାଙ୍ଗ ଭର୍ତି କରି ଫୁଲବାଣୀ ରୁ ଭାୟା ଭଞ୍ଜନଗର ବେଲଗୁଣ୍ଠା ଦେଇ ନୟାଗଡା ଅଭିମୁଖେ ଯାଉଥିବା ବେଳେ ବେଲଗୁଣ୍ଠା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବ୍ଲକ ଛକ ନିକଟରେ ଶନିବାର ଅପରାହ୍ନ 4 ଘଣ୍ଟା ବେଳେ ସନ୍ଧେହ ହେବାରୁ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ । ସେଥିରୁ 25 କିଲିଆ 7 ଟି ପେକେଟରେ 175 କେଜି ଭାଙ୍ଗ ଥିବା ଦେଖି ପୋଲିସ ଇଣ୍ଡିକାକୁ ଜବତ କରି 381/21ରେ ଏକ ମାମଲା ରୁଜୁ କରି ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ଯୋଗିଆ ପୋଲି ଗ୍ରାମର ଗୋକୁଳ ପରିଡାଙ୍କ ପୁଅ ଶ୍ରୀଧର ପରିଡା 21 କୁ ଗିରଫ କରି ଆଜି ଭଞ୍ଜନଗର କୋର୍ଟ ଚାଲାଣ କରିଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି ।

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here