ଭିଜିଲାନ୍ସ ଜାଲରେ ବୁଗୁଡ଼ା ଏନଏସି ର କନିଷ୍ଠ ଯନ୍ତ୍ରୀ

0
168

ବୁଗୁଡ଼ା: ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଏନଏସି ର ମହିଳା ମହିଳା କନିଷ୍ଠ ଯନ୍ତ୍ରୀ ସାଗରିକା ମହାନ୍ତି ଘର ନିର୍ମାଣ ପ୍ଲାନ ମଞ୍ଜୁରୀ କରିବାକୁ ୪୦୦୦ ଟଙ୍କା ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ ହାତରେ ଧରାପଡିଥିବା ଜଣାପଡିଛି l ବୁଗୁଡ଼ା ଏନଏସି ୧ ନମ୍ବର ୱାର୍ଡର ବାହନ ଦାଶ ଗତ ମାସରେ ତାଙ୍କ ବାପାଙ୍କ ନାମରେ ଥିବା ଘରର ପ୍ଲାନ ମଞ୍ଜୁର କରିବା ପାଇଁ ବୁଗୁଡ଼ା ଏନଏସି କାର୍ଯ୍ୟାଳୟକୁ ଯାଇ ମହିଳା କନିଷ୍ଠ ଯନ୍ତ୍ରୀଙ୍କୁ କହିବାରୁ ୪ ହଜାର ଟଙ୍କା ଦାବୀ କରିଥିଲେ। ବାହନ ନିରାଶ ହୋଇ ଫେରିବା ପରେ ବ୍ରହ୍ମପୁର ଭିଜିଲାନ୍ସର ଆଶ୍ରୟ ନେଇଥିଲେ l ପୂର୍ବ ଯୋଜନା ମୁତାବକ ନଭେମ୍ବର ୨ ତାରଖ ଦିନ ଭିଜିଲାନ୍ସ ଟିମ ବୁଗୁଡ଼ାରେ ପହଞ୍ଚିବା ପରେ ବାହନ ବୁଗୁଡ଼ା ଏନଏସି କାର୍ଯ୍ୟାଳୟକୁ ଯାଇ କନିଷ୍ଠ ଯନ୍ତ୍ରୀ ସାଗରିକା ମହାନ୍ତିଙ୍କୁ ପୂର୍ବ ଦାବୀ ପ୍ରକାରେ ଭିଜିଲାନ୍ସ ଦେଇଥିବା ରଙ୍ଗ ବୋଳା ୪ ହଜାର ଟଙ୍କା ଦେଇଥିଲେ। ସାଗରିକା ସେହି ଟଙ୍କା ଗ୍ରହଣ କରିବା ପରେ ମହିଳା ଭିଜିଲାନ୍ସ ଅଧିକାରୀ ସାଗରିକାଙ୍କୁ କାବୁ କରି ନେଇଥିଲେ l ସାଗରିକାଙ୍କୁ ଧରିବା ପରେ ଭିଜିଲାନ୍ସ ତାଙ୍କ କାର୍ଯ୍ୟାଳୟ ଓ ବୁଗୁଡ଼ା ସୋମନାଥ ନଗରରେ ରହୁଥିବା ଭଡା ଘରେ ଖାନ ତାଲାସ କରିଥିବା ଜଣା ପଡିଛି l କନିଷ୍ଠ ଯନ୍ତ୍ରୀ ସାଗରିକା ମହାନ୍ତି ଦୁଇ ମାସ ପୂର୍ବେ ବୁଗୁଡ଼ା ଏନଏସିରେ ନିଯୁକ୍ତି ହୋଇଥିବା ବେଳେ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here