ଉନ୍ନୀତ ଉଚ୍ଚ ବିଦ୍ୟାଳୟର ତାଲା ଭାଙ୍ଗି ଚାଉଳ ଚୋରି

0
295

ପୋଲସରା : ଶନିବାର ଦିନ ରାତିରେ ପୋଲସରା ବ୍ଳକ ଅନ୍ତର୍ଗତ ଜାଗିଲି ଡେଙ୍ଗାପଦର ଗ୍ରାମ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ତାଲା ଭାଙ୍ଗି କେହି ଦୁର୍ବୃତ୍ତ ଚାରି ବସ୍ତା ଚାଉଳ ଚୋରି କରି ନେଇ ଯାଇଥିବା ପୋଲସରା ପୋଲିସ ଥାନାରେ ଅଭିଯୋଗ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଥାନା ରେ ଦେଇଥିବା ଏତଲା ଅନୁସାରେ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ଚାଉଳ ବାଣ୍ଟିବା ସକାଶେ ବିଦ୍ୟାଳୟ ରେ ୨୫ ବସ୍ତା ଚାଉଳ ରଖା ଯାଇଥିଲା। ତେବେ ଶନିବାର ଦିନ ରାତି ରେ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ସେଥିରୁ ୪ ବସ୍ତା ଚାଉଳ ଚୋରି କରି ନେଇ ଯାଇଛି। ପ୍ରଧାନ ଶିକ୍ଷୟିତ୍ରୀଙ୍କ ଠାରୁ ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ:ସ୍ୱରପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here