ସୋରଡା ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ,ବିପୁଳ ପରିମାଣର ମଦ ପୋଚ ନଷ୍ଟ ; ୧୫ଜଣ ଗିରଫ

0
360

ଭଞ୍ଜନଗର / ଗଞ୍ଜାମ ଜିଲ୍ଲା ସୋରଡ଼ା ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ।ବିପୁଳ ପରିମାଣର ମଦ ପୋଚ ନଷ୍ଟ। କରିବା ସହିତ 15 ଜଣକୁ ଗିରଫ କରାଯାଇଛି।ଆଜି ଗଞ୍ଜାମ ଜିଲ୍ଲାପାଳ ଓ ଏସପି ଙ୍କ ନିର୍ଦେଶ କ୍ରମେ ସୋରଡ଼ା ପୋଲିସ ଓ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ମଥାଖାଲ,ଲାଠିପଡା, ବଡ ସାହି, ସାନ ସାହି,ବାଦୁଆ,ମଝିପଲ୍ଲୀ,ଗୁଡିଢେପ, କେନ୍ଦୁପଲ୍ଲୀ,ସରନଉତି ଭଳି ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇ 2610 ଲିଟର ଦେଶୀ ମଦ,17340 ଲିଟର ମହୁଲ ପୋଚ ନଷ୍ଟ କରାଯାଇଛି।ବିପୁଳ ପରିମାଣର ମଦ ତିଆରି ସାମଗ୍ରୀ ଜବତ କରିବା ସହ 15 ଜଣକୁ ଗିରଫ କରିଛି।ଏହି ମିଳିତ ଚଢ଼ାଉ ରେ ସୋରଡ଼ା ତହସିଲଦାର,ଅବକାରୀ ଡ଼ିଏସ୍ପି ଗଞ୍ଜାମ,ଆସ୍କା ଅବକାରୀ ଅଧିକାରୀ,ସୋରଡ଼ା ପୋଲିସ ଓ ଅବକାରୀ ଷ୍ଟାଫ ସାମିଲ ଥିଲେ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here