ଚିରିକିପଡା ଶାସନରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

0
253

ପୋଲସରା : ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଚିରିକିପଡା ଶାସନ ଗ୍ରାମର ଓଁ ଚାରିଟେବୁଲ ଟ୍ରଷ୍ଟ ଓ ହିଞ୍ଜିଳିକାଟୁ ନିକଟସ୍ଥ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଚକ୍ଷୁ ଚିକିତ୍ସା ଶିବିର ଚିରିକିପଡା ଶାସନ ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ମୋଟ ୧୩୦ ଜଣଙ୍କ ଚକ୍ଷୁ ପରିକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୨ ଜଣଙ୍କ ଅସ୍ତ୍ରୋପଚାର ଆବଶ୍ୟକ ଥିବା ଜଣା ପଡିଥିଲା। ଆଜି ୨୫ ଜଣ ଚକ୍ଷୁ ରୋଗୀ ଙ୍କୁ ଅସ୍ତ୍ରୋପଚାର ନିମନ୍ତେ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ନିଆ ଯାଇଥିବା ବେଳେ ୧୪ ତାରିଖ ଦିନ ଆଉ ୧୫ ଜଣଙ୍କୁ ନିଆଯିବ ବୋଲି ଶିବିର ପକ୍ଷରୁ କୁହାଯାଇଛି। ସେହିପରି ଆଜିର ଶିବିରରେ ୭ ଜଣ ଚକ୍ଷୁ ରୋଗୀ ଙ୍କୁ ମାଗଣା ରେ ଚଷମା ପ୍ରଦାନ କରାଯାଇଛି। ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ନଳିନୀ କାନ୍ତ ରାଉତ , ସୁନିଲ , ପ୍ରିୟଦର୍ଶିନୀ , ନିତ୍ୟ କଲ୍ୟାଣୀ , ଶ୍ରୀମୁଖି , ସାଗର ମହାନ୍ତି ଏବଂ ଇପିଲି ସାକିଲି ପ୍ରଭୃତି ଚକ୍ଷୁ ପରିକ୍ଷା , ଚଷମା ଓ ଔଷଧ ବଣ୍ଟନ କରିଥିବା ବେଳେ ଓଁ ଚାରିଟେବୁଲ ଟ୍ରଷ୍ଟ ର ଚନ୍ଦ୍ରହାସ ସାହୁ , ଦେବେଶ କୁମାର ସାହୁ , ଶିଫାନି ସ୍ୱାଇଁ ଓ ସୁଦାମ ଜେନେ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here