ଗଞ୍ଜାମ ଯୁବକ ସେନାର ଗୁରୁତ୍ୱପୂର୍ଣ୍ଣ ବୈଠକ

0
319

ଵ୍ରହ୍ମପୁର:ବ୍ରହ୍ମପୁର ସ୍ଥାନୀୟ ବୈକୁଣ୍ଠ ନଗର ଠାରେ ଗଞ୍ଜାମ ଯୁବକ ସେନାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ରହିଥିବା ବେକାର ଯୁବକଙ୍କ ବିଷୟ ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା । ଏଥିରେ ଆଗାମୀ ଦିନରେ ଜିଲ୍ଲାର ଯୁବକମାନଙ୍କୁ କିପରି ନିଯୁକ୍ତି ମିଳିବ ସେ ନେଇ ଆଲୋଚନା ହୋଇଥିବା ବେଳେ ଜିଲ୍ଲାର କୋଣ ଅନୁକୋଣରୁ ବହୁ ଯୁବକ ଏଥିରେ ଭାଗ ନେଇଥିଲେ । ଆଗାମୀ ଦିନରେ ବେକାରୀ ସମସ୍ୟାଙ୍କୁ ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଥିବା ଯୁବକଙ୍କ ସକାଶେ ଜିଲ୍ଲା ତଥା ରାଜ୍ୟରେ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ଗଞ୍ଜାମ ଯୁବକ ସେନାର ସଦସ୍ୟ ସନ୍ତୋଷ ପ୍ରଧାନଙ୍କୁ ସଂଯୋଜନାରେ ଆୟୋଜିତ ବୈଠକରେ କାହ୍ନା ରାଉତ, ସିଏଚ ସିମାଞ୍ଚଳ, ଟୁଟୁ ମଲ୍ଲିକ, ପ୍ରତାପ ନାହାକ, ଅରୁଣ ପ୍ରଧାନଙ୍କ ସମେତ ବହୁ ସଦସ୍ୟ ଯୋଗଦେଇ ବୈଠକରେ ସହଯୋଗ କରିଥିଲେ । ଆଗାମୀ ଦିନରେ ସହରରେ ଏକ ଶୋଭାଯାତ୍ରା କରି ପାଞ୍ଚ ଶହରୁ ଉର୍ଦ୍ଧ ବେକାର ଯୁବକ ଯୁବତୀ ଆରଡିସିଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବେ ବୋଲି ବୈଠକରେ ଚୁଡାନ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here