ମୋ ସ୍କୁଲ ଅଭିଯାନ ଟିମର ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ

0
472

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା ) ରାଜ୍ୟ ସରକାରଙ୍କ ନିଜସ୍ବ ପରିକଳ୍ପନା ରେ ଚାଲୁରହିଥିବା ମୋ ସ୍କୁଲ ଅଭିଯାନର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତାର ବାସ୍ତବତା କୁ ପରଖିବା ପାଇଁ ଷ୍ଟେଟ ଅଫିସର ଅମରଜିତ କର୍ଣ୍ଣ ଙ୍କ ସମେତ ପବ୍ଳିକ ରିଲେସନ ଅଫିସର ମୈତ୍ରୀ ବାବୁ ଓ ଡକ୍ୟୁମେଣ୍ଟେସନ ଅଫିସର ସୁସ୍ମିତା ପାଇକରାୟ ଙ୍କୁ ନେଇ ଗଠିତ ତନି ଜଣିଆ ରାଜ୍ୟ ସ୍ତରୀୟ ଟିମ ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଭେଜପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ହେତୁ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆସିଥିବା ଦେଖି ପ୍ରଶଂସା କରିଥିଲେ । ଏହି ବିଦ୍ୟାଳୟର ବଗିଚା, ଶୌଚାଳୟ, ମିଟିଂ ହଲ ଓ ସାଜସଜ୍ଜା ଦେଖି ଟିମ ବହୁତ ଖୁସି ବ୍ୟକ୍ତ କରିଥିଲେ । ପ୍ରଧାନ ଶିକ୍ଷକ ସମାଞ୍ଚଳ ସ୍ବାଇଁ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଷ୍ଟାପ ଉପସ୍ଥିତ ଥିଲେ । ବି.ଇ.ଓ ଏସ୍ ଧନଞ୍ଜୟ, ଏବିଇଓ ଜଗବନ୍ଧୁ ଜେନା ଏନ୍.ଏ.ସି କ୍ଳଷ୍ଟର ସି.ଆର୍.ସି.ସି ନାରାୟଣ ମହାପାତ୍ର ଓ ଡୁମାକୁମ୍ପା କ୍ଳଷ୍ଟର ସି.ଆର୍.ସି.ସି ତ୍ରିନାଥ ବେହେରା ପ୍ରମୁଖ ଉପସ୍ଥିତ ରହି ଟିମଙ୍କୁ ବିଭିନ୍ନ ସୂଚନା ପ୍ରଦାନ କରିଥଲେ । ମୋ ସ୍କୁଲ ଅଭିଯାନ ବଳରେ ଏତେ ବଡ ପରିବର୍ତ୍ତନ ଆଣିପାରିଥିବା ତତ୍କାଳୀନ ପ୍ରଧାନ ଶିକ୍ଷକ ଜଗବନ୍ଧୁ ଜେନା ଓ ବର୍ତ୍ତମାନର ପ୍ରଧାନ ଶିକ୍ଷକ ଓ ଷ୍ଟାଫଙ୍କୁ ଭୂୟସୀ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଞ୍ଜିତ କୁମାର ରାଉତଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟା ଓ ଆଲୁମିନ ଉପସ୍ଥିତ ରହି ସହଯୋଗ କରିବା ସହ ଅଭିଜ୍ଞତା ବାଣ୍ଟିଥିଲେ । ଜନସାଧାରଣଙ୍କ ଏପରି ସହଯୋଗ ବଳରେ ଆଗାମୀ ଦିନ ଗୁଡିକରେ ସବୁ ବିଦ୍ୟାଳୟରେ ଏପରି ଉନ୍ନତି କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିବା ସହ ଏଥିପ୍ରତି ଜନ ସଚେତନତା ସୃଷ୍ଟି ପାଇଁ ଆହ୍ବାନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here