ନୂଆଗଡ ରାସ୍ତାରେ ଗୁଳିମାଡ ସହ ଲୁଟିଲେ ଦୁର୍ବୁତ୍ତ

0
420

ବ୍ରହ୍ମପୁର : ଜନ ଗହଳି ସ୍ଥାନରେ ଗୁଳି। ଗୁଳି ମାଡ ପରେ ଲୁଟିଲେ ଦୁର୍ବୁତ୍ତ। ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଅଙ୍ଗାରଗାଁ – ନୂଆଗଡ ମୁଖ୍ୟ ରାସ୍ତାରେ। ପ୍ରାପ୍ତ ସୂଚନା ଅନୁଯାୟୀ ହୁମ୍ମା ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ପୁଷ୍ପ ପ୍ରକାଶ ବେହେରା ନିଜର ପୁଅ ପାଇଁ ବୋହୁ ଦେଖିବା ପାଇଁ ଅଙ୍ଗାରଗାଁ ସ୍ଥିତ ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ଘରକୁ ଯାଇଥିଲେ। ସେଠାରୁ ନିଜ ଘରକୁ ଫେରିବା ବାଟରେ ନୂଆଁଗଡ଼ ଛକ ଠାରେ ଅଙ୍ଗାରଗାଁ ପଟରୁ ୩ ଜଣ ଦୁର୍ବୁତ୍ତ ଆସି ପୁଷ୍ପଙ୍କୁ ଅଟକାଇ ମୁଣ୍ଡକୁ ମାଉଜର ଲଗାଇ ଲୁଟ୍ କରିବା ବେଳେ ଧସ୍ତାଧସ୍ତି ହୋଇଥିଲା। ପରେ ତାଙ୍କୁ ତଳେ ପକାଇ ଦୁର୍ବୁତ୍ତ ତାଙ୍କ ଆଣ୍ଠୁକୁ ଗୁଳି କରିବା ସହ ଆହୁରି ୨ ରାଉଣ୍ଡ ଗୁଳି ଫାଇରିଂ କରିବା ସହ ତାଙ୍କ ଏ ଟି ଏମ କାର୍ଡ, ଆର୍ମି କାର୍ଡ,ନଗଦ ୧୨୦୦୦/- ,ମନିପର୍ସ ,ଓ ହେଲମେଟ ଛଡାଇ ପୁଣି ଅଙ୍ଗାରଗାଁ ଶାଳିଆ ଡ୍ୟାମ ରାସ୍ତାରେ କ୍ଷିପ୍ର ଗତିରେ ପଳାଇଥିଲେ। ଆହତ ପୁଷ୍ପଙ୍କୁ ତୁରନ୍ତ ସୁମଣ୍ଡଳ ମେଡିକାଲକୁ ଆଣିବା ପରେ ତାଙ୍କୁ ଚିକିତ୍ସା କରାଯାଇ ବ୍ରହ୍ମପୁର ପଠାଯାଇଛି। । ଖବର ପାଇ ବେଗୁନିଆପଡା ଫାଣ୍ଡି ଅଧିକାରୀ ସଂଗ୍ରାମ ଦେହୁରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆହତ ପୁଷ୍ପ ନିକଟରେ ସେନା ବାହୀନିରୁ ଅବସର ଗ୍ରହଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here