ଗୋଟିଏ ରାତିରେ ବହୁ ଦୋକାନରୁ ସିରିଜ ଚୋରି

0
210

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ଗୋଟିଏ ରାତିରେ ନଅରୁ ଉର୍ଧ୍ଵ ଦୋକାନରୁ ସିରିଜ ଚୋରି ହୋଇଛି। ଏ ନେଇ ଦୋକାନୀ ମାନେ କ୍ଷତିଗ୍ରସ୍ତ ହେବା ସହ ଭୟଭୀତ ହୋଇପଡ଼ିଛନ୍ତି। ଛତ୍ରପୁର ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଓ ନିକଟରେ ଥିବା ବିଭିନ୍ନ ଦୋକାନଗୁଡ଼ିକରୁ ଚୋରି ହୋଇଛି। ଏ ନେଇ ଦୋକାନୀ ମାନେ ଶନିବାର ଛତ୍ରପୁର ଥାନାରେ ଏତଲା ଦେଇଥିଲେ। ପରେ ଘଟଣାସ୍ଥଳକୁ ଛତ୍ରପୁର ଏସଡିପିଓ ଗୌତମ କିସାନ ଏବଂ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ଆସି ତଦନ୍ତ କରି ଫେରିଛନ୍ତି। ଏହା ସହିତ ସନ୍ଧାନୀ କୁକୁର ମଧ୍ୟ ବୁଲୁଛି l ଥାନା ର ଅତି ନିକଟରେ ଥାଇ ଗୋଟିଏ ରାତି ରେ ଏଭଳି ସିରିଜ ଚୋରୀ ନେଇ ସାଧାରଣ ରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି l ଦୁବୃତ୍ତ ମାନେ କିଭଳି ଏଭଳି ସାହସ କରି ଗୋଟାଏ ଗୋଟାଏ ଦୋକାନୀ ଗୁଡିକ ର ତାଲା ଭାଙ୍ଗି ଚୋରୀ କରୁଥିବା ବେଳେ ପୋଲିସ ପେଟ୍ରୋଲିଙ୍ଗ ଗାଡି କିପରି ଜାଣି ପାରିଲା ନାହିଁ l ଗରୀବ ଛୋଟ ଛୋଟ ଦୋକାନୀ ଗୁଡିକ ର ଏଭଳି ଚୋରୀ ହେବା ଦ୍ୱାରା ବହୁ କ୍ଷତିଗ୍ରସ୍ତ ହୋଇଛନ୍ତି l ଶିବରାମ ସାହୁ (ଚା ଦୋକାନ ), ରବିନ୍ଦ୍ର ନାଥ ବେହେରା (ଷ୍ଟେସନାରୀ ଦୋକାନ ), ଅତୁଲ କୁମାର ଦାସ (କିରାଣୀ ଦୋକାନ ),ସତ୍ୟାନନ୍ଦ ଦାଶ (ଅନ୍ନପୂର୍ଣ୍ଣା ହୋଟେଲ ),ପ୍ରକାଶ ପୁରୋହିତ (ଅଣ୍ଡା ଦୋକାନ ), ଆରତ ବିଶ୍ୱାଳ (ଛତୁ ଓ ପନିର ଦୋକାନ ), କବି ଚା ଦୋକାନ, ମହାବାହୁ ହୋଟେଲ ଏବଂ ରମେଶ ପାନ ଦୋକାନ ର ଗତ କାଲି ରାତି ରେ ଦୁବୃତ୍ତ ମାନେ ଚୋରୀ କରି କିଛି ସାମଗ୍ରୀ ଗୁଡିକ ନେଇଛନ୍ତି ବୋଲି ସୂଚନା ମିଳିଛି l

ରିପୋର୍ଟ:ପ୍ରଶାନ୍ତ ମହାରଣା

LEAVE A REPLY

Please enter your comment!
Please enter your name here