ଭଞ୍ଜନଗର ଓମ୍ ଲଜ୍ ମାଲିକଙ୍କୁ ଆକ୍ରମଣ, ଲୁଟିନେଲେ ସୁନା ଚେଇନ, ମୁଦି ଓ ଟଙ୍କା

0
2205

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ମୋଟାବଡ଼ି ଗ୍ରାମ ନିକଟରେ କେତକ ବ୍ୟକ୍ତି ଭଞ୍ଜନଗରର ଓମ୍ ଲଜ୍ ମାଲିକ ଅମରେନ୍ଦ୍ର ପଟ୍ଟନାୟକଙ୍କୁ ଆକ୍ରମଣ କରି ତାଙ୍କଠାରୁ ଏକ ସୁନାଚେଇନ, ୩ ଟି ସୁନା ମୁଦି ଓ କିଛି ଟଙ୍କା ଲୁଟି ନେଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛିଯେ ଶ୍ରୀ ପଟ୍ଟନାୟକ ନିଜ କାରରେ କୌଣସି କାମରେ ଭଞ୍ଜନଗରରୁ ବୁଗୁଡା ଆସୁଥିବା ବେଳେ ବୁଗୁଡା ଥାନା ଅନ୍ତର୍ଗତ ମୋଟାବାଡ଼ି ଗ୍ରାମ ନିକଟରେ କେତକ ଦୁର୍ବୃତ୍ତ ତାଙ୍କ କାରକୁ ଅଟକାଇ ମାଡ଼ ମାରିବା ସହ ତାଙ୍କର ଏକ ସୁନା ଚେଇନ, ୩ ଟି ସୁନା ମୁଦି ଓ କିଛି ଟଙ୍କା ଲୁଟିନେଲେଥିଲେ। ଖବର ପାଇ ବୁଗୁଡା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ଆହତ ଅମରେନ୍ଦ୍ରଙ୍କୁ ବୁଗୁଡା ମେଡ଼ିକାଲକୁ ଆଣିଥିଲେ। ସେ ଏତେ ଭୟଭୀତ ହୋଇଛନ୍ତି ଯେ କୌଣସି ଉତ୍ତର ଭଲଭାବେ ଦେବା ସମ୍ଭବ ହୋଇପାରିନାହିଁ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। କେଶ ପଞ୍ଜିକୃତ ହୋଇନଥିଲେ ମଧ୍ୟ ପୋଲିସ ଅନୁସନ୍ଧାନ ଜାରି ରଖିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here