ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତ ଆସର

0
261

ଭଞ୍ଜନଗର : ବିଶ୍ବ ମାନବାଧିକାର ଦିବସ ଓ ଗୁରୁ ଆନନ୍ଦ ପ୍ରଧାନଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ କୋର୍ଟ ଲାଇବ୍ରେରୀ ହଲ ଠାରେ ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ମାସିକ ଭଞ୍ଜ ସଙ୍ଗୀତ ଆସର ଅନୁଷ୍ଠାନର ସଭାପତି ପ୍ରଶାନ୍ତ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସଙ୍ଗୀତ ଗୁରୁ ନିମାକାନ୍ତ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳା ଓ ସଂସ୍କୃତିର ମାଟି ଘୁମୁସର ମାଟିରେ ବହୁ କଳାକାର ଜନ୍ମ ଗ୍ରହଣ କରି ବିଶ୍ବ ଦରବାରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଏହି ମାଟିକୁ ଗୌରବାନିତ୍ବ କରିଛନ୍ତି ବୋଲି କହିଥିଲେ। ଏଥିସହ ସଙ୍ଗୀତର ମଣିଷ ଜୀବନରେ ଥିବା ମହତ୍ବକୁ ନିଜ ତଥ୍ୟ ଭିତ୍ତିକ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନା କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଲୋକନାଥ ମହାନ୍ତି ଯୋଗ ଦେଇ ଓଡ଼ିଶୀ ସଙ୍ଗୀତର ମାଧୁର୍ଯ୍ୟ ଓ ରାଗ ସଂର୍ପକରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିସହ ସମ୍ମାନୀତ ଅତିଥିଭାବେ ବାଦ୍ୟ ଗୁରୁ ମୂରଲୀଧର ସ୍ବାଇଁ ଏବଂ ସିରିଏଲ୍ ଅଭିନେତା ସୁବାଷଚନ୍ଦ୍ର ପାତ୍ର ଯୋଗଦେଇ ଗୁରୁ ଶିଷ୍ୟ ପରମ୍ପରା ଦ୍ବାରା ଆମ କଳା ସାହିତ୍ୟ ସଂସ୍କୃତିକୁ ଆଗାମୀ ପିଢି ପର୍ଯ୍ୟନ୍ତ ବଞ୍ଚାଇ ରଖାଯାଇ ପାରିବ ବୋଲି କହିଥିଲେ।ଏହି ଅବସରରେ ପ୍ରଶାନ୍ତ ମହାନ୍ତିଙ୍କ ଗଳ୍ପ ସଂକଳନ ‘ଭୋକ’ ପୁସ୍ତକକୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ଏହାକୁ ସମ୍ପାଦକ ଅଶୋକ ମହାପାତ୍ର ପରିଚାଳନା କରିଥିଲେ। ଏଥିରେ ସଂସ୍କୃତି ଲୋକନାଥ ମହାନ୍ତି,ଭୀମସେନ ମହାକୁଡ ଏବଂ ସୂର୍ଯ୍ୟ ରାଉତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଆୟୋଜିତ ଭଞ୍ଜ ସଙ୍ଗୀତ ଆସରରେ ଗୁରୁ ନିମାକାନ୍ତ ରାୟତରାୟ ଭଞ୍ଜ ସଙ୍ଗୀତ ଗାନ କରିଥିବା ବେଳେଆ ଅନୁଷ୍ଠାନର ରଶ୍ମିତା ଭୂୟାଁ,ସ୍ନିଗ୍ଧାରାଣୀ ଗୌଡ,ଦିପ୍ତାଂଶୁପ୍ରଭା ଦେବୀ,ସ୍ମିତାରାଣୀ ଗୌଡ,ପୁଷ୍ପଞ୍ଜଳି ସାହୁ,ସୁଧାଂଶୁ ଜେନା,ଶ୍ରୀରେଖା ପାତ୍ର,ସୁଜାତା ପଣ୍ଡା,ଅଭିଷେକ ମହାପାତ୍ର ପ୍ରମୁଖ ଆସରରେ ସାମିଲ ହୋଇଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here