ଭିଜିଲାନ୍ସ ଜାଲରେ ଅସୁରବନ୍ଧ ରାଜସ୍ୱ ନିରୀକ୍ଷକ

0
819

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୋରଡା ତହସିଲର ଅସୁରବନ୍ଧ ରାଜସ୍ୱ ନିରିକ୍ଷକ ବସନ୍ତ କୁମାର ମଲ୍ଲିକ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ଯୋଗ୍ୟ ଯେ ଗାଜଲବାଡି ଗ୍ରାମର ଦୁଖୀ ମଲ୍ଲିକ ନାମକ ମହିଳାଙ୍କୁ ଘରବାରି ପଟ୍ଟା କରାଇଦେବା ପାଇଁ ଉକ୍ତ ନିରିକ୍ଷକ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ବିଷୟରେ ମହିଳା ଜଣକ ବ୍ରହ୍ମପୁର ଦୁର୍ନିତୀ ନିବାରଣ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଭିଜିଲାନ୍ସ ଅଧ୍ୟକ୍ଷକ ମାୟାଧର ସ୍ୱାଇଁଙ୍କ ଗୋଟିଏ ସ୍ୱତନ୍ତ୍ର ଟିମ୍ ଗୁରୁବାର ପ୍ରାୟ ପୂର୍ବାହ୍ନ ୪.୩୦ ସମୟରେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଶ୍ରୀମତି ଦୁଖି ମଲ୍ଲିକ କେମିକାଲ ବୋଳା ନଗଦ ୪୦ ହଜାର ଟଙ୍କା ଉକ୍ତ ନିରିକ୍ଷକ କୁ ଦେବା ସମୟରେ ରେଡ୍ ହେଣ୍ଡରେ ଟଙ୍କା ଜବତ କରିବା ସହ ଆରଆଇ ବସନ୍ତଙ୍କୁ ଗିରଫ କରିଥିଲେ । ଏନେଇ କେଶ ନଂ ୨୩ ଅନୁଯାୟୀ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here