ବେଆଇନ ମଦ ବିକ୍ରି କରି ଦୁଇ ଗିରଫ

0
725

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅଧିକାରୀ ଶ୍ରୀ ବସନ୍ତ କୁମାର ସେଠୀ ସଦଳବଳେ ବୁଧବାର ରାତି ପ୍ରାୟ ସାଢେ ୭ଟା ସମୟରେ ଚଢ଼ାଉ କରି ଡେଙ୍ଗା ଓସ୍ତା ଗ୍ରାମ ବଜାରରେ ବେଆଇନ ବିକ୍ରି ହେଉଥିବା ୧୩୮ଟି ବିଦେଶୀ ମଦ ବୋତଲ ଓ ଫ୍ରିଜ୍ ଜବତ କରିବା ସହ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତମାନେ ହେଲେ ଡେଙ୍ଗା ଓସ୍ତା ଗ୍ରାମର ମଦ ମାଫିଆ ବାଳକୃଷ୍ଣ ବିଷୋୟୀ (୪୮) ଯିଏ ବେଆଇନ ଭାବେ ଖୋଲିଥିଲେ ବାର୍ ଓ କଂସାମାରି ଗ୍ରାମର ବିଷ୍ଣୁ ଦୋରା(୩୪) ଯିଏ ଡେଙ୍ଗାଓସ୍ତା ବଜାରରେ ବେଆଇନ ଭାବେ ମଦ ବିକ୍ରି କରୁଥିଲା । ଦୀର୍ଘ ବର୍ଷ ହେଲା ଏହି ଦୁଇ ଅଭିଯୁକ୍ତ ବେଆଇନ ଭାବେ ବିନା ଲାଇସେନ୍ସରେ ମଦ ବିକ୍ରି କରୁଥିଲେ ବୋଲି ପୋଲିସ ନିକଟରେ ସ୍ୱୀକାର କରିଛନ୍ତି। ଦିଗପହଣ୍ଡି ଥାନା ଅଧୀନ ଗାଁ ମାନଙ୍କରେ ଥିବା ଫାଷ୍ଟ ଫୁଡ ଦୋକାନ, ପାନ ଦୋକାନ, ଢାବା ହୋଟେଲ ମାନଙ୍କରେ ବେଆଇନ ଭାବେ ମଦ ବିକ୍ରି ଚାଲିଥିଲା । ଏହି ମାମଲାକୁ ନେଇ କେଶ ନଂ ୧୭୩/୧୯ ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଦିଗପହଣ୍ଡି ଥାନା ଅଧିକାରୀ ଭାବେ ଶ୍ରୀ ସେଠୀ ଦାୟିତ୍ୱ ନେବାର ପ୍ରଥମ ଦିନରୁ ହିଁ ମଦ ବେପାରୀଙ୍କୁ ଧରିବା ଆରମ୍ଭ କରିଥିଲେ ଏବଂ ଏ ପର୍ଯ୍ୟନ୍ତ ପ୍ରାୟ ୮ଟି ଚୋରା ମଦ ଦୋକାନ ଉପରେ ଚଢ଼ାଉ କରି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି ।

LEAVE A REPLY

Please enter your comment!
Please enter your name here