ଲାଞ୍ଜିପଲ୍ଲୀ ନୁଆଁ ବନ୍ଧ ହୁଡ଼ା ତ୍ରିନାଥ ମନ୍ଦିରରେ ଚୋରି

0
374

ବ୍ରହ୍ମପୁର: ଗତକାଲି ରାତ୍ରିରେ ସ୍ଥାନୀୟ ଲାଞ୍ଜିପଲ୍ଲୀ ଶ୍ରୀକୃଷ୍ଣ ନଗର ପଞ୍ଚମ ଲାଇନ ଲାଞ୍ଜିପଲ୍ଲୀ ନୁଆଁ ବନ୍ଧ ହୁଡାରେ ଥିବା ତ୍ରିନାଥ ମନ୍ଦିରରେ ଚୋରି ହୋଇଯାଇଛି l ସ୍ଥାନୀୟ ଯୁବନେତା ମନୋଜ ତରାଇଙ୍କ ଏତଲା ପ୍ରକାରେ ତ୍ରିନାଥ ମନ୍ଦିରର ମୁଖ୍ୟ ଗେଟ ତାଲା ଭାଙ୍ଗି ହୁଣ୍ଡି ଭାଙ୍ଗି ପ୍ରାୟ 15ରୁ 20ହଜାର ଟଙ୍କା ଚୋରି ହୋଇଛି l ଭୋର ସକାଳୁ ମନ୍ଦିର ପୂଜକ ଏମ. ଲକ୍ଷ୍ମାଣ ତାରିଲୁ ପୂଜା ଅର୍ଚନା ଲାଗି ଆସି ଏହି ଦୃଶ୍ୟ ଦେଖି ସ୍ଥାନୀୟ ଅଧିବାସୀଙ୍କୁ ଜଣାଇବାସହ ପିସିଆର କୁ ଜଣାଇଥିଲେ l ଏ ପ୍ରକାର ଚୋରି ଘଟଣା ସ୍ଥାନୀୟ ଅଂଚଳରେ ଗଭୀର ପ୍ରତିକ୍ରିୟା ସୃଷ୍ଟି ହୋଇଛି l ତୁରନ୍ତ ଦୁର୍ବୁତ୍ତକୁ ଗିରିଫ କରିବାପାଇଁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି ତେବେ ସହରରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରି ଡକାୟତି ରାହାଜାନି ତଥା ଅସାମାଜିକ କାର୍ଯ୍ୟ ଗୁଡିକୁ ନିୟନ୍ତ୍ରଣ ପାଇଁ ସହରରେ ମୁଖ୍ୟ ଛକ ମାନଙ୍କ ସମେତ ବିଭିନ୍ନ ସାହି ମାନଙ୍କରେ ବିଇଏମସି ଦୀର୍ଘ ଦିନରୁ ସିସି ଟିଭି କ୍ୟାମେରା ଲଗାଇବା ପ୍ରକ୍ରିୟା ପ୍ରସ୍ତାବରେ ହିଁ ରହିଯାଇଛି l

LEAVE A REPLY

Please enter your comment!
Please enter your name here