ଦେଶୀ ମଦ ଭାଟି ଉପରେ ପୋଲିସର ଚଢାଉ; ମାଲିକ ସମେତ ୧୪ ଗିରଫ

0
500

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏସଡ଼ିପିଓ ବିଷ୍ଣୁ ପ୍ରସାଦ ପତି ଓ ବୈଦ୍ୟନାଥପୁର ଥାନା ଅଧିକାରୀ ସାରଦା ପ୍ରସନ ଦାଶ ନିଜ ଟିମ ସହ ମଙ୍ଗଳବାର ରାତିରେ ଲାଞ୍ଜିପଲ୍ଲି ବାଇପାସ୍ ନିକଟସ୍ଥ ଜଳେଶ୍ୱରପୁରରେ ଥିବା ଏକ ଦେଶୀ ମଦ ଭାଟି ଉପରେ ଚଢାଉ କରିଥିଲା । ସେଠାରୁ ୪୭୪୦ ଲିଟର ଦେଶୀ ମଦ,୩୦ଟି ମଦ ଭର୍ତି ଜାର୍କିନ, ୧୨୨୯୦ ନଗଦ ଟଙ୍କା,ଦୁଇଟି ପଲିଥିନ୍ ପ୍ୟାକ୍ ମେସିନ୍ ସହ ୨୩୮୦୦ ଲିଟର ପୋଚ ଜବତ କରାଯାଇଛି । ପୋଲିସ ଏହି ଘଟଣାରେ ମାଲିକ ଭାସ୍କର ସାହୁଙ୍କ ସମେତ ୧୪ଜଣଙ୍କୁ ଗିରଫ କରିଛି । ଏହି ମଦ ଏତେ ମାରାତ୍ମକ ଯେ ଜୀବନ ଯିବାର ସମ୍ଭାବନା ରହିଛି। ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ମଧ୍ୟ ମଦ ମୃତ୍ୟ ହୋଇଛି। ବ୍ରହ୍ମପୁର ଏସପି ପିନାକ ମିଶ୍ର ଅପମିଶ୍ରିତ ମଦ ଧରିବାକୁ ଦୀର୍ଘଦିନ ଧରି ଉଦ୍ୟମ ଚଳାଇଥିବା ବେଳେ ମଙ୍ଗଳବାର ରାତିରେ ସଫଳ ହୋଇଛନ୍ତି । ଏସପି ପିନାକ ମିଶ୍ର ମଧ୍ୟ ଉକ୍ତ ଦେଶୀ ମଦ ଭାଟିର ସ୍ଥିତି ଅନୁଧ୍ୟାନ କରିଥିଲେ । ସମସ୍ତ ଜବତ ସାମଗ୍ରୀକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରାଯାଇଛି ଏବଂ କେସ୍ ନମ୍ବର ୧୦୯/୨୦୨୦ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here