ଅବକାରୀ ଚଢ଼ାଉ,ଗଞ୍ଜେଇ ଜବତ, ୨ଗିରଫ…

0
662

ଛତ୍ରପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ଜିଲ୍ଲାରେ ଚୋରା ମଦ ଓ ଗଞ୍ଜେଇ କାରବାରକୁ ରୋକିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଆଜି ଅବକାରୀ ବିଭାଗ ଜିଲ୍ଲା ବାହାରୁ ଗଞ୍ଜେଇ ଆସୁଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଅତର୍କିତ ଚଢାଉ କରି ପ୍ରାୟ ୨7 କେଜି ଓଜନର ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ। ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଛକଠାରେ ଏକ ଗାଡିରେ ଗଞ୍ଜେଇ ଆସୁଥିବା ବେଳେ ଛତ୍ରପୁର ଅବକାରୀ ବିଭାଗ ଚଢାଉ କରିଥିଲେ । ଚଢାଉ ସମୟରେ ଏକ ବେଗରୁ ୧୨ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲେ । ଗିରଫ ଜଣକ ହେଲେ ଗଜପତି ଜିଲ୍ଲା ଅଡବା ଥାନା ମୋହନା ଇଲାକାର ସୁନିଲ ବିରା । ସେହିପରି ଛତ୍ରପୁର କଲେଜ ଛକଠାରେ ଅନ୍ୟଜଣଙ୍କୁ ଗିରଫ କରାଯାଇଥିଲା । ତା ନିକଟରୁ ୧୪ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଗିରଫ ଜଣକ ହେଲେ ସୁନାମ ପାଲ । ଛତ୍ରପୁର ଅବକାରୀ ବିଭାଗ ପକ୍ଷରୁ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଥିବା ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here