ଅବକାରୀ ଧରପଗଡ ୪୨୦୦ମହୁଲି ପୋଚ,୬୧୫ଦେଶୀ ରନ୍ଧାମଦ ଗୋଟିଏ ମଟର ସାଇକେଲ,ସହିତ ୩ଜଣ ଗିରଫ

0
273

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଅବକାରୀ ଧରପଗଡ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଏବଂ ପୋଲିସ ବିଭାଗ ପକ୍ଷରୁ ମିଳିତ ଆନୁକୁଲ୍ୟରେ ଚଢ଼ାଉ କରାଯାଇଥିଲା ଏହି ଅବସରରେ। ଅବକାରୀ ଚଢ଼ାଉ ଜିଲ୍ଲାର ବିଭିନ୍ନ ସ୍ଥାନରେ ତଥା ସିଙ୍ଗିପୁର, ନେରିଡ଼ି ଗୁଡ଼ା , ଗାରବନ୍ଧ, ପାରଳାଖେମୁଣ୍ଡି ଟାଉନର ସେହିପରି ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ୪୨୦୦ ଲିଟର ମହୁଲ ପୋଚ, ୬୧୫ ଲିଟର ଦେଶୀ ରନ୍ଧା ମଦ, ଗୋଟିଏ ମଟର ସାଇକେଲ ଏବଂ ବହୁ ପରିମାଣର ମଦରନ୍ଧା ସାମଗ୍ରୀ ମାନ ଜବତ କରାଯାଇଛି।
ଏହା ବ୍ୟତୀତ ୩ଜଣ ଆସାମୀକୁ ଗରିଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ପାରଳାଖେମୁଣ୍ଡି ପୋଲିସ୍ ଅଧକାରୀ ଓ କର୍ମଚାରୀଙ୍କ ସମେତ ଅବକାରୀ ବିଭାଗର ପୋଲିସ ଇନ୍ସପେକ୍ଟର ଶ୍ରୀ ବାଳକୃଷ୍ଣ ପରିଡା ଓ ଇନିସ୍ପେକ୍ଟର ପ୍ରକାଶ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ଥିଲେ।
ଏ ସବୁ ଜବତ ମହୁଲି ମଦ, ପୋଚ, ମଦରନ୍ଧା ସାମଗ୍ରୀ ଓ ମଟର ସାଇକଲ ସବୁର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ଠାରୁ ଅଧିକ ହେବ ବୋଲି ବିଭାଗୀୟ ସୂଚନା ମୁତାବକ ଅନୁସାରେ ଆକଳନ ଜଣାଯାଉଛି ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here