ମୋହନପୁର ଗ୍ରାମରେ ଥିବା ପୋଖରୀରେ ବୁଡ଼ି ଯୁବକ ମୃତ

0
244

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ମୋହନପୁର ଗ୍ରାମରେ ଥିବା ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଖଲ୍ଲିକୋଟ ଥାନା ଅନ୍ତର୍ଗତ କୋମଣ୍ତ ଗ୍ରାମ ପଞ୍ଚାୟତର ମୋହନପୁର ଗ୍ରାମର ମନୁଆ ଦାସଙ୍କ ପୁଅ ଶରତ ଦାସ ବୟସ ୧୮ ବର୍ଷ । ଶରତ ଆଜି ପୂର୍ବାହ୍ନରେ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ହେଲେ ସେଠାରୁ ସେ ଆଉ ଘରକୁ ଫେରିନଥିଲେ । ଅପରାହ୍ନରେ ସ୍ଥାନୀୟ କିଛି ଯୁବକ ପୋଖରୀରେ ଶରତଙ୍କ ମୃତଦେହ ଭାସୁଥିବା ଦେଖି ଗାଁ ଲୋକଙ୍କୁ ଜଣାଇଥିଲେ । ଖବର ପାଇ ଗାଁ ଲୋକେ ପୋଖରୀରୁ ଶରତଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଖବର ପାଇ ଖଲ୍ଲିକୋଟ ପୋଲିସ ମେଡ଼ିକାଲରେ ପହଂଚି ମୃତ ଦେହକୁ ଜବତ କରିବା ସହ ଥାନା ୟୁଡି କେସ ନମ୍ବର ୩୩/୨୦୨୧ ଅନୁସାରେ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ପଠାଯାଇଥିବା ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here