୨୩ ଖଣ୍ଡ ଶଗୁଆନ ଗଣ୍ଡି ସହ ମହିନ୍ଦ୍ରା ମିନିଟ୍ରକ ଜବତ

0
384

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ବନ ବିଭାଗ ପକ୍ଷରୁ ନଭେମ୍ବର ୨୯ ତାରିଖ ସନ୍ଧ୍ୟାରେ ଏକ ମହିନ୍ଦ୍ରା ମିନିଟ୍ରକରେ ୨୩ ଖଣ୍ଡ ଶଗୁଆନ ଗଣ୍ଡି ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବେଳେ ଶଗୁଆନ ଗଣ୍ଡି ସହ ଗାଡି ଜବତ ହୋଇଛି। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶ ପ୍ରକାରେ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନେତୃତ୍ୱରେ ବନପାଳ ଅଭିରାମ ଖିଲ , ସ୍ୱତନ୍ତ୍ର ବନପାଳ ସୁଦର୍ଶନ ପ୍ରଧାନ, ସୁବ୍ରତ କୁମାର ତ୍ରିପାଠୀ, କ୍ଷୀରୋଦ କୁମାର ଗୌଡ଼, ପ୍ରଶାନ୍ତ କୁମାର ପୋଲାଇ ଏବଂ ଅନ୍ୟାନ୍ୟ ବନ ବିଭାଗ କର୍ମଚାରୀ ଓ ପାରା ଫରେଷ୍ଟର ବୃନ୍ଦ ବୁଦ୍ଧଖୋଲ ପାଦଦେଶରେ କତକଲା ଛକ ନିକଟରେ ରେଜିଷ୍ଟ୍ରେସନ ନଂ ଓଆର ୨୫ ବି ୮୧୪୫ ମହିନ୍ଦ୍ରା ମିନିଟ୍ରକରେ ୨୩ ଖଣ୍ଡ ଶଗୁଆନ ଗଣ୍ଡି ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବେଳେ ଚଢ଼ାଉ କରିଥିଲେ। ବନ ବିଭାଗ କର୍ମଚାରୀଙ୍କୁ ଦେଖି ଗାଡି ଚାଳକ ଗାଡି ଛାଡି ଦୌଡ଼ି ପଳେଇ ଯିବାରେ ସକ୍ଷମ ହୋଇଥିବା ବେଳେ ଶଗୁଆନ କାଠ ଗଣ୍ଡି ସହ ଗାଡିକୁ ବୁଗୁଡା ବନ ବିଭାଗ ଜବତ କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here