ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ସାରସ୍ୱତ ସମାରୋହ ସଭା, ପାଠଚକ୍ର ସହିତ ପୁସ୍ତକ ଉନ୍ମୋଚନ

0
303

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଶ୍ଵନାଥ କଲ୍ୟାଣ ମଣ୍ଡପରେ ଗଜପତି ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ”ସିଦ୍ଧାନ୍ତ” ତରଫରୁ ଅନୁଷ୍ଠିତ ହୋଇଥିଲା ଏକ ବିରାଟ ସାହିତ୍ୟ ପାଠ ଚକ୍ର। ଏହି ପାଠଚକ୍ର କାର୍ଯ୍ୟକ୍ରମ ରେ ବସିଷ୍ଟ ସାହିତ୍ୟିକ ଡ଼ଃ ଶାନ୍ତନୁ କୁମାର ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ ,ପାରଳା ମାଟିର କଳା , ସାହିତ୍ୟ , ଭାଷା ଓ ସଂସ୍କୃତିର ଯେଉଁ ମହକ ରହିଛି । ସେ ମହକ ଓ ସ୍ପନ୍ଦନ ମୋ ଭିତରେ ମଧ୍ୟ କିଛି ଅଂଶ ରହିଛି । ଯେଉଁମାନେ ସଂସାରର ଆସକ୍ତି ଭିତରେ ଜଡିତ ହୋଇ ରହିଛନ୍ତି । ମଣିଷକୁ ତାର ଆତ୍ମ ସ୍ୱରୂପରେ ପ୍ରତିଷ୍ଠିତ କରିବା ସହ ସଦ୍ୟ ସହିତ ପରିଚିତ କରିବା ପାଇଁ , ଜଣେ ସାହିତ୍ୟିକ , ଦାୟିତ୍ୱବୋଧ ଭାବେ ଯାହା ଅନୁଭବ କରି ଲେଖନୀ ଦ୍ୱାରା ପ୍ରକାଶ କରିବାର ପ୍ରୟାସ କରିଥାଏ , ତାହାହିଁ ସାହିତ୍ୟ ।
ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଓ ବିକାଶ ପାଇଁ ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନର ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ ।ସାହିତ୍ୟିକ ମାନଙ୍କ ଅମର ଲେଖନୀ ଦ୍ୱାରା ଯେଉଁ ସାହିତ୍ୟ ସୃଷ୍ଟି ହେବ । ସେହି ସାହିତ୍ୟ ସମାଜକୁ ପରିଶୋଭିତ , ସଂସ୍କାରିତ ଓ ଆନନ୍ଦରେ ମଜ୍ଜମାନ କରୁ ବୋଲି ବିଶିଷ୍ଠ ସାହିତ୍ୟିକ ତଥା ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡ଼ଃ ଶାନ୍ତନୁ କୁମାର ରଥ ପ୍ରକାଶ କରିଥିଲେ। ଏହି ଅବସରରେ ଆଜିର
ଏହି କାର୍ଯ୍ୟକ୍ରମରେ ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନର ସଭାପତି ଡ଼ଃ ଅନ୍ନପୂର୍ଣ୍ଣା ଦେବୀ ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବିଶିଷ୍ଠ ସାହିତ୍ୟିକ ତଥା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସଂଯୋଜନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଉପାଧ୍ୟୁତ୍ତର ପ୍ରଫେସର ଡ଼ଃ ପ୍ରସନ୍ନ କୁମାର ସ୍ୱାଇଁ , ଏମଆରବିଏଚ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷାବିତ ଡ଼ଃ ବୃଷକେତୁ ଦାସ , ବ୍ରହ୍ମପୁରର ବିଶିଷ୍ଠ ସାହିତ୍ୟିକ ଶ୍ରୀ ଜଗନ୍ନାଥ ବେହେରା ପ୍ରମୁଖ ମଞ୍ଚଆସିନ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ମୁଖ୍ୟ ଆଲୋଚ୍ୟ ପ୍ରସଙ୍ଗ ସାହିତ୍ୟ କଣ ଓ କାହିଁକି ସମେତ ସାହିତ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମ ଅବସରରେ ବିଶିଷ୍ଠ ସାହିତ୍ୟିକ ଡ଼ଃ ବୃଷକେତୁ ଦାସ , ଇଁ ଅରକ୍ଷିତ ପାତ୍ର , ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ , କବି ଘନଶ୍ୟାମ ଜେନା ଓ ସଚ୍ଚିଦାନନ୍ଦ ସାମଲଙ୍କ ଲିଖିତ ୬ ଗୋଟି ମୁଦ୍ରଣ ପୁସ୍ତକ ଉନ୍ମୋଚନ କରାଯାଇଥିଲା ।
ଅନ୍ୟପକ୍ଷରେ ପ୍ରଫେସର ଡ଼ଃ ପ୍ରସନ୍ନ କୁମାର ସ୍ୱାଇଁ , କବି ଜଗନ୍ନାଥ ବେହେରା , ଅଧ୍ୟାପକ ଡ଼ଃ ଚନ୍ଦ୍ର ଶେଖର ଦାସ , ଡ଼ଃ ବୃଷକେତୁ ଦାସ , ବିଶିଷ୍ଠ କବୟିତ୍ରୀ ଶ୍ରୀମତୀ ପଦ୍ମିନୀ ମିଶ୍ର , ଅଧ୍ୟାପିକା ଡି: ପ୍ରିୟଙ୍କା , ଇଁ ଅରକ୍ଷିତ ପାତ୍ର ଓ କବି କୁସୁମ ଗୌରବ ଘନଶ୍ୟାମ ଜେନା ପ୍ରଭୃତିଙ୍କୁ ସିଦ୍ଧାନ୍ତ ସମ୍ମାନରେ ଉପଢୌକନ ଓ ମାନପତ୍ର ଦେଇ ସମ୍ଭର୍ଦ୍ଧିତ କରା ଯାଇଥିଲା ।
ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବଣ୍ଟନ ଓ ନୃତ୍ୟଶିଳ୍ପୀ ଡି: ପ୍ରିୟଙ୍କାଙ୍କ ଦ୍ଵାରା ଓଡିଶୀ ଓ ମାହାରୀ ନୃତ୍ୟ ପରିବେଷଣ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଅଧିବକ୍ତା ହୀରାଚାନ୍ଦ ପଟନାୟକ ସିଦ୍ଧାନ୍ତର ବାର୍ଷିକ ବିବରଣୀ ପାଠ କରିଥିଲେ । ସେହିଭଳି ଅତିଥି ଆବାହନ ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଏବଂ ସ୍ୱାଗତ ସମ୍ଭାଷଣ ଦେଇଥିଲେ ଶିକ୍ଷାବିତ ବିଚିତ୍ରା ନନ୍ଦ ବେବର୍ତ୍ତା ।
ସମସ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର , ଅଧ୍ୟାପିକା ବରଦା ଆଚାର୍ଯ୍ୟ , ଅଧ୍ୟାପିକା ରଶ୍ମିତା ପାତ୍ର , ଶିକ୍ଷୟତ୍ରୀ ସ୍ବର୍ଣ୍ଣପ୍ରଭା ପାଠୀ , ସାରଳା ପାତ୍ର , ସବିତା ପଟନାୟକ , ଅନୁଶ୍ରୀ ପଟନାୟକ , ମିନାକୁମାରି ଟହଲ , ଅଞ୍ଜନା ଦାସ , ମୁରଲୀଧର ପରିଛା , ନିତ୍ୟାନନ୍ଦ ଚୌଧରି , ବିଷ୍ଣୁ ପଣ୍ଡା ବଙ୍ଗ ଶରତ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ ଏବଂ ଏହି ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନା ଓ ପରିଚାଳନାର ହାତର ସହଯୋଗ ମଧ୍ୟ କରିଥିଲେ । ଏବଂ ଏହା ବ୍ୟତୀତ ସମସ୍ତ ବିଷୟରେ ସିଦ୍ଧାନ୍ତ ର ସମ୍ପାଦକ ଓ ପ୍ରତିଷ୍ଠତା ପୂର୍ଣଚନ୍ଦ୍ର ମହାପାତ୍ର ଙ୍କ ତତ୍ବାବଧାନରେ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here