ଦୁଇ ବିଶିଷ୍ଟ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ସଫା କଲା ବ୍ରହ୍ମପୁରର ଟିମ କ୍ଲିନ ସିଟି।

0
258

ବ୍ରହ୍ମପୁର() ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ ଜାରି ରହିଛି ସାପ୍ତାହିକ ସାମାଜିକ ସେବା କାର୍ଯ୍ୟ। ଆଜି ସ୍ବର୍ଗତ ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀ ଓ ବାରିଷ୍ଟର ମଧୁସୂଦନ ଦାସଙ୍କ ଭଳି ଦୁଇଜଣ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିକୁ ସଫା କରି ଗୌରବାନ୍ଵିତ ମନେକରୁଛନ୍ତି ଟିମ ସଦସ୍ୟ। ଆଜି ପୂର୍ବାହ୍ନ ସାଢ଼େ 6ଟାରେ ସମୟରେ mkcg ମେଡିକାଲ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଏକାଠି ହେବା ପରେ ପୂର୍ବ ନିଷ୍ପତ୍ତି କ୍ରମେ ଆରମ୍ଭ ହୋଇଥିଲା ଅଭିଯାନ। ପ୍ରଥମେ ସ୍ଥାନୀୟ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ପରିସରରେ ସ୍ଥାପିତ ହୋଇଥିବା ପୂର୍ବତନ ଆଇନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ଓ ଓଡିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତିକୁ ସଫା କରାଯାଇଥିଲା। ପରେ ଟିମର ସଦସ୍ୟ ତଥା ଆଇନ ମହାବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ଅଶୋକ କୁମାର ଶୁକ୍ଳ ଯାହାଙ୍କ କାର୍ଯ୍ୟକାଳ ସମୟରେ ଏହି ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିଲା ଓ ଆଇନଜୀବୀ ଅଞ୍ଜଳୀ ମହାନ୍ତିଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ବାର ଆସୋସିଏସନ ସମ୍ମୁଖରେ ଥିବା ବାରିଷ୍ଟର ମଧୁସୂଦନ ଦାସଙ୍କ ପ୍ରତିମୂର୍ତିକୁ ସଫା କରାଯାଇଥିଲା। ଏଠାରେ ସାମ୍ବାଦିକ ନାଗେଶ୍ୱର ପୃଷ୍ଟି ଓ ଡ଼ା କିରଣଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରାଯାଇଥିଲା। ପରେ ଟିମ ସଦସ୍ୟମାନେ ଅନନ୍ତ ନଗରରେ ରାସ୍ତା କଡରେ ବିଭିନ୍ନ କାନ୍ଥରେ ଲାଗିଥିବା ପୋଷ୍ଟର ଗୁଡିକୁ ସଫା କରାଯାଇଥିଲା। ଶେଷରେ ଟିମ ସଦସ୍ୟ ଜିତେନ୍ଦ୍ର ଓ ଅଞ୍ଜଳୀଙ୍କ ପୁଅ ଗୁଞ୍ଜନ ଯେକି ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ତାଙ୍କୁ ତାଙ୍କ ଘରେ ଭେଟିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଟିମର ବହୁ ସଦସ୍ୟ ସକ୍ରିୟ ସାମିଲ ହୋଇଥିଲେ। ଟିମର ଏଭଳି ନିଃସ୍ୱାର୍ଥପର ସେବା ମନୋଭାବକୁ ସବୁ ମହଲରେ ସ୍ୱାଗତ କରାଯାଇଛି।

LEAVE A REPLY

Please enter your comment!
Please enter your name here