ରାଜ୍ୟକୁ ପୁଣି ଫେରିବ କି ଲକ୍ ଡ଼ାଉନ୍ ଓ ସଟ୍ ଡାଉନ୍ ?

0
271

ବୁଗୁଡା: ବିଶ୍ୱରୁ କରନା ଭୟ ଦୂର ହୋଇନାହିଁ। ଆମ ଦେଶରେ କୋଭିଡ ସଂକ୍ରମଣ କମିଥିଲେ ମଧ୍ୟ ସମ୍ପୂର୍ଣ କୋଭିଡ ମୁକ୍ତ ହୋଇପାରିନାହିଁ। ଏହିସମୟରେ କରୋନାର ଓମିକ୍ରୋନ ( Omicron) ଭ୍ୟାରିଆଣ୍ଟ ବିଶ୍ୱର ୩୮ ଦେଶରେ କାୟା ବିସ୍ତାର କରିବାକୁ ଆରମ୍ଭ କଲାଣି। ଆମ ଭାରତରେ ମଧ୍ୟ ଏହି ଓମିକ୍ରୋନ ଭ୍ୟାରିଆଣ୍ଟ ଚିନ୍ତାର କାରଣ ପାଲଟିଛି। ରବିବାର ରିପୋର୍ଟ ପ୍ରକାରେ ଆମ ଦେଶର ଦିଲ୍ଲୀ, କର୍ଣ୍ଣାଟକ, ଗୁଜୁରାଟ ଓ ମହାରାଷ୍ଟ୍ରରେ ରାଜ୍ୟରେ ଦୃତ ଗତିରେ ବ୍ୟାପୁଥିବା କରୋନାର ଓମିକ୍ରୋନ ଭ୍ୟାରିଆଣ୍ଟ ଚାରି ଜଣଙ୍କ ନିକଟରେ ଚିହ୍ନଟ ହୋଇଥିଲା। ଡିସେମ୍ବର ୦୬ ତାରିଖ ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ପ୍ରକାରେ ଓମିକ୍ରୋନ ସଂକ୍ରମଣ ସଂଖ୍ୟା ୨୧ ରେ ପହଁଞ୍ଚିଛି। ନୂତନ ଭାବେ ଦିଲ୍ଲୀ, ମହାରାଷ୍ଟ୍ର ଓ ରାଜସ୍ଥାନ ରାଜ୍ୟର ୧୭ ଜଣଙ୍କ ନିକଟରେ ଏହି ଓମିକ୍ରୋନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ରବିବାର ଦିନ ୪ ଜଣଙ୍କ ନିକଟରେ ଓମିକ୍ରୋନ ଭ୍ୟାରିଆଣ୍ଟ ଥିବାବେଳେ ସୋମବାର ଦିନ ନୂତନ ୧୭ ଜଣ ଚିହ୍ନଟ ହୋଇ ୨୧ ସଂଖ୍ୟାରେ ପହଁଞ୍ଚି ପାରିଛି। କରୋନାର ତୃତୀୟ ଲହର ପାଇଁ ଏହା ସତର୍କ ଘଣ୍ଟି। ସମସ୍ତଙ୍କ ନିଶ୍ଚିତ ମନେଥିବା ଯେ କରୋନା ପ୍ରଥମ ଲହର ସମୟରେ ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ଶୂନ୍ୟ ଥିବା ବେଳେ ଗଞ୍ଜାମକୁ ବାହାର ରାଜ୍ୟରୁ ଆମର ଶ୍ରମିକ ଭାଇମାନେ ଫେରିବା ପରେ କରୋନା ସଂକ୍ରମଣ ବୃଦ୍ଧିପାଇ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଥିଲା। ବର୍ତ୍ତମାନ କୋଭିଡ ସଂକ୍ରମଣ ଅତି ନଗଣ୍ୟ ଥିଲେ ମଧ୍ୟ ଭିବିଷ୍ୟତରେ ଚିନ୍ତାର କାରଣ ହୋଇପାରେ। ଦୃତ ସଂକ୍ରମଣ ହେଉଥିବା କରୋନା ଓମିକ୍ରୋନ ଭ୍ୟାରିଆଣ୍ଟ ଚିହ୍ନଟ ରାଜ୍ୟ ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ରେ ଲକ୍ଷ ଲକ୍ଷ ସଂଖ୍ୟକ ଓଡ଼ିଆ ବ୍ୟକ୍ତି କାର୍ଯ୍ୟ କରୁଛନ୍ତି। ଆଗକୁ ଧାନ ଫସଲ ଅମଳ ଓ ବିବାହ ଉତ୍ସବ ଥିବା ଯୋଗୁଁ ଏହି ସବୁ ରାଜ୍ୟରୁ ବହୁ ସଂଖ୍ୟକ ଓଡ଼ିଆ ଭାଇମାନେ ଫେରିବାର ସମ୍ଭାବନା ଯଥେଷ୍ଟ ଥିବା ବେଳେ ଏଥିପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ସମସ୍ତ ଜନସାଧାରଣ ସଜାଗ ରହିବା ନିହାତି ଜରୁରୀ ଆବଶ୍ୟକ ହୋଇଛି। ଲକ ଡାଉନ ଓ ସଟ ଡାଉନ ପୁଣି ଆମ ରାଜ୍ୟ ରେ ଲାଗୁ ନକରାଇବା ପାଇଁ କୋଭିଡ ନିୟମକୁ ସମସ୍ତ ଜନସାଧାରଣ ସମ୍ମାନ ଜଣାଇ ଆନ୍ତରିକ ଉଦ୍ୟମ କରିବାର ସମୟ ଆସିଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here