ଡାକରାବାଡ଼ି ପ୍ରଥାମିକ ବିଦ୍ୟାଳୟରେ ଲୋଗୋ ଉନ୍ମୋଚନ

0
289

ବୁଗୁଡା : ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରକାର ଏଲିମେଣ୍ଟାରୀ ବିଦ୍ୟାଳୟ ଗୁଡିକର କାନ୍ଥରେ ଲୋଗୋ ଅଙ୍କନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହି ନିର୍ଦ୍ଦେଶ ପ୍ରକାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲୋଗୋ ଅଙ୍କନ ଓ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉ ଥିବା ଜଣାପଡିଛି। ସେହି ପ୍ରରିପେକ୍ଷିରେ ବୁଗୁଡା ବ୍ଲକର ଡାକରାବାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଲୋଗୋ ଉନ୍ମୋଚିତ ହୋଇଯାଇଛି। ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ପାତ୍ରଙ୍କ ସମେତ ବିଦ୍ୟାଳୟ ଏସଏମସି ସଭାପତି ରମେଶ ଚନ୍ଦ୍ର ସ୍ବାଇଁ, ସହକାରୀ ଶିକ୍ଷକ ଆଦିତ୍ୟ କୁମାର ପ୍ରଧାନ, ଓ ସନ୍ତୋଷ କୁମାର ସ୍ୱାଇଁ ଏବଂ ଶିକ୍ଷୟିତ୍ରୀ ସଙ୍ଗୀତ କୁମାରୀ ମଲ୍ଲିକ ଙ୍କ ସମେତ ଅଭିଭାବକ ବୃନ୍ଦ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here