ପୁଣି ସମ୍ୱାଦିକତା ନାମରେ ଠକେଇ ଅଭିଯୋଗ

0
909

ଗଜପତି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୋଲିସ ଏକ ଠକେଇ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣକ ଏହି ଅଞ୍ଚଳର କୃଷ୍ଣଚନ୍ଦ୍ର ସାହୁ ଓ ସେ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଗୁରାଣ୍ଡି ଅଞ୍ଚଳର ସୁଭ୍ରତ କୁମାର ପାତ୍ରଙ୍କୁ ରେଳବିଭାଗରେ ଚାକିରି କରାଇଦେବେ କହି ୬୦ହଜାର ଟଙ୍କା ନେଇଥିଲେ । ଅଭିଯୁକ୍ତ ଏକ ୱେବଚେନେଲ ଖୋଲି କିଛି ଦିନ ହେଲା ସାମ୍ବାଦିକତା କରୁଛନ୍ତି କିନ୍ତୁ କେବେ କୌଣସି ପ୍ରଶାସନିକ,ପୋଲିସ,ରାଜନେତା କିମ୍ବା ଜନସାଧାରଣଙ୍କ ଦ୍ୱାରା ଆୟୋଜିତ ପ୍ରେସମିଟରେ ଯୋଗ ଦେଉନଥିଲେ । ଏହା ବ୍ୟତୀତ ସେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମହାଛାଇ ଗ୍ରାମ ଅଞ୍ଚଳରେ କିଛି ବର୍ଷ ହେଲା କେତେବେଳେ ୱେବଚେନେଲ ରିପୋର୍ଟର ତ କେତେବେଳେ ଜୋନାଲ ହେଡ ତ ଆଉ କେତେବେଳେ ଅଧ୍ୟକ୍ଷର ପରିଚୟ ଦେଉଥିଲେ । ଆଉ କେତେବେଳେ ସୂଚନା ଅଧିକାର କାର୍ଯ୍ୟାଳୟ ଖୋଲି ମୂଖ୍ୟ ଭାବେ ପରିଚୟ ଦେଉଥିଲେ ଅଥବା ସରକାରୀ ଅଧିକାରୀ ଭାବେ ପରିଚୟ ଦେଇ ବିଭିନ୍ନ ଅନୁଷ୍ଠାନକୁ ଲୋକଙ୍କ ପରିଚୟ ପତ୍ରର ସୂଚନା ମାଗି ବେଶ ପ୍ରଭାବଶାଳୀ ହୋଇଥିଲେ । ଏନେଇ ପାରଳାଖେମୁଣ୍ଡି ଥାନାରେ ଆୟୋଜୀତ ଏକ ସାମ୍ବାଦୀକ ସମ୍ମୀଳନିରେ ଗଜପତି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ ଶୀତାରାମ ଶତପଥି ଅଭିଯୁକ୍ତ ନାମରେ ଏପରି ଏକ ଠକେଇ ଅଭିଯୋଗ ରାୟଗଡ ଜିଲ୍ଲାର ପଦ୍ମପୁର ଥାନାରେ ମଧ୍ୟ ଥିବା କହିଛନ୍ତି । ପୋଲିସ ସାମ୍ବାଦିକଙ୍କ ବିରୋଧରେ ଆଇପିସି ଧାରା ୪୧୯, ୪୨୦, ୨୯୪, ୩୨୩,୫୦୬ ଅନୁସାରେ କେସ (ନଂ୧୭୦/୧୯) ରୁଜୁ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here