ବ୍ରହ୍ମପୁର ପୋଷ୍ଟ ଆରପିଏଫ ଦ୍ୱାରା ଜନ ସଚେତନତା କାର୍ଯ୍ୟକ୍ରମ

0
728

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ଏକ ଜନ ସଚେତନତା କାର୍ଯ୍ୟକ୍ରମ ବ୍ରହ୍ମପୁର ପୋଷ୍ଟ ଆରପିଏଫ ଅଧିକାରୀମାନଙ୍କ ଏବଂ ସହଯୋଗୀ କର୍ମଚାରୀଙ୍କ ଦ୍ୱାରା ରାମ ନଗର ଲେବଲ କ୍ରସିଂ ଓ ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ଆୟୋଜିତ କରାଯାଇଛି | ଏହି କାର୍ଯ୍ୟକ୍ରମରେ କିଛି ଗୁରୁତ୍ୱପୂର୍ଣ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା | ବିନାକାରଣରେ ଚଳନ୍ତା ରେଳଗାଡ଼ି ଉପରକୁ ପଥର ଫିଙ୍ଗିବା ଦ୍ୱାରା କୌଣସି ଯାତ୍ରୀଙ୍କୁ ଗୁରୁତର ଆଘାତ ଲାଗିପାରେ ବା ଯାତ୍ରୀଙ୍କ ଜୀବନ ସଙ୍କଟରେ ପଡିପାରେ,ବିନା କାରଣରେ ରେଳଗାଡିର ଚେନ ଟାଣିବା ଦ୍ୱାରା ରେଳର ସମୟ ଅନୁବର୍ତ୍ତିତା ବାଧାପ୍ରାପ୍ତ ହୋଇପାରେ, ବିନାକାରଣରେ ରେଳ ଧାରଣା ଉପରେ ଚଲାବୁଲା କରିବା ଦ୍ୱାରା ଉପୁଜୁଥିବା ସମସ୍ୟା,ରେଳଗାଡିରେ ଯାତ୍ରା କରିବା ସମୟରେ ଅଜଣା ସହ ଯାତ୍ରୀଙ୍କ ଠାରୁ ଖାଦ୍ୟପେୟ ଗ୍ରହଣ କରିବା ଦ୍ୱାରା ଠକାମିର ଶିକାର ହେବା ଇତ୍ୟାଦି ବିଷୟରେ ଅବଗତ କରାଯାଇଥିଲା | ରେଳଗାଡ଼ି ଯିବା ପାଇଁ ରାସ୍ତା ମଝିରେ ଥିବା ଲେବଲ କ୍ରସିଂ ଗେଟ ବନ୍ଦ ଥିବା ସମୟରେ ବେଖାତିର ଭାବେ ରେଳ ଧାରଣା ପାର କରିବା ଦ୍ୱାରା ରେଳରେ ଯାତ୍ରା କରୁଥିବା ଯାତ୍ରୀ,ରେଳଗାଡ଼ି,ଯାନବାହାନ ସହ ରେଳ ଧାରଣା ପାର କରୁଥିବା ପଥଚାରୀ ସମସ୍ତଙ୍କ ଜୀବନ ପ୍ରତି ବିପଦ ସଂକୁଳ ବୋଲି ଅବଗତ କରାଯାଇଥିଲା | ଏହା ସହିତ ରେଳ ସୁରକ୍ଷା ହେଲ୍ପ ଲାଇନ ନଂ୧୮୨ର ଅଧିକରୁ ଅଧିକ ଲୋକଙ୍କୁ ପ୍ରଚାର ଓ ପ୍ରସାର କରିବା ପାଇଁ କହିଥିଲେ | ଏବଂ ନୂତନ ଟ୍ରାଫିକ ନିୟମ ଓ ଉଲଂଘନ କରିଲେ ସଂଶୋଧିତ ଜୋରିମାନା ବିଷୟରେ ମଧ୍ୟ ସଚେତନ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ଆଇଆଇସି ଶ୍ରୀ ଡ଼ି.କୁମାର,ଏଏସଆଇ ଶ୍ରୀ ବି.ଆର ରାଓ,ହେଡ଼ କନଷ୍ଟେବଲ ଏନ.କେ ବେହେରା ଓ ବି.ବେହେରା ଏବଂ ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here