ବୈଦ୍ୟନାଥପୁର ଥାନାରେ ଆମ ପୋଲିସ ଓ ବରିଷ୍ଠ ନାଗରିକଙ୍କୁ ନେଇ ସଚେତନତା ବୈଠକ।

0
637

ବ୍ରହ୍ମପୁର,୦୪/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ବ୍ରହ୍ମପୁର ସହରରେ ନିୟମିତ ବ୍ୟବଧାନରେ ଚାଲିଥିବା ଲୁଟ ଓ ରାହାଯାନୀ ଘଟଣାରେ ସହରବାସୀ ଯେତିକି ଆତଙ୍କିତ ପୋଲିସ ମଧ୍ୟ ସେତିକି ଚିନ୍ତିତ। ଏଭଳି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ଏବେ ପୋଲିସ ପାଇଁ ବଡ଼ ଚାଲେଞ୍ଜ ହୋଇଛି। ଏଭଳି ସ୍ଥିତିରେ ପୋଲିସ ଲୁଟେରାଙ୍କୁ ଧରିବାକୁ ପ୍ରାଣପଣେ ଉଦ୍ୟମ କରିବା ସହ ଜନସାଧାରଣଙ୍କ ସହଯୋଗ ଲୋଡିଛି। ଯେହେତୁ ଲୁଟେରାଙ୍କ ଟାର୍ଗେଟରେ ବୟସ୍କ ଓ ମହିଳା ରହୁଛନ୍ତି ତାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପ୍ରତ୍ୟେକ ଥାନାରେ ବରିଷ୍ଠ ନାଗରିକ ଓ ଆମ ପୋଲିସ ସଦସ୍ୟଙ୍କୁ ନେଇ ସଚେତନତା ସୃଷ୍ଟି କରାଯାଉଛି।

ଆଜି ବୈଦ୍ୟନାଥପୁର ଥାନାରେ ଥାନା ଅଧିକାରୀ ଶାରଦା ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟତଃ ଜନସଚେତନତା ଉପରେ ଗୁରୁତ୍ୱ ଦିଆଯାଇ ଥାନା ଓ ଥାନାର ଅଧିକାରୀଙ୍କ ଫୋନ ନମ୍ବର ସମସ୍ତଙ୍କୁ ଦିଆଯାଇ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଥିଲା। ଏନେଇ ବ୍ରହ୍ମପୁର ଏସ ପି ପିନାକ ମିଶ୍ରଙ୍କ ପରାମର୍ଶକୁ ଲୋକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here